‘ଅପରେସନ୍ ଗ୍ରୀନ୍’ ଅଭିଯାନ, ଲକ୍ଷେରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କଲା ମାଲକାନଗିରି ପୋଲିସ

ମାଲକାନଗିରି, ନଭେମ୍ବର ୧୫ : ରାଜ୍ୟତରେ ଗତ କିଛି ଦିନ ଧରି ରାଜ୍ୟରେ ନିଶଦ୍ରବ୍ୟ କାରବାର ଦୃତ ଗତିରେ ବଢିଚାଲିଥିବା ବେଳେ ମାଲକାନଗିରି ପୋଲିସ ଗତ କିଛୀ ଦିନ ମଧୟରେ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଲାଗିଛି । ରବିବାର ଦିନ ଜିଲ୍ଲାର ବୋଣ୍ଡା ଘାଟ ଅନ୍ତର୍ଗତ ବାଦାଦୁରାଲ ଗ୍ରାମରେ ଥିବା ଗଞ୍ଜା ବୃକ୍ଷକୁ ମାଲକାନଗିରି ପୋଲିସ ନଷ୍ଟ କରିଦେଇଛି। ଗୁପ୍ତ ସୂଚନା ପାଇ ମୁଦୁଲିପଡା ପୋଲିସ ସକାଳେ ବଣ୍ଡା ଘାଟ ଅନ୍ତର୍ଗତ ବାଦାଦୁରାଲ ଗ୍ରାମରୁ ଲକ୍ଷରେୁ ଅଧିକ ଗଞ୍ଜେଇ ଗଛକୁ ନଷ୍ଟ କରିଛି। ତେବେ ନିକଟରେ ବାଦାଦୁରାଲ ଜଙ୍ଗଲ ପରିସର ତଥା ଏହାର ଆଖପାଖରେ ପୋଲିସ ଏକ ‘ଅପରେସନ୍ ଗ୍ରୀନ୍’ ଅଭିଯାନ କରିଥିଲା ଏବଂ ୪୬ ଏକରରୁ ଅଧିକ ଜମିରୁ ଗଞ୍ଜେଇ ଗଛ ନଷ୍ଟ କରି ଦେଇଥିଲା। ରାଜ୍ୟରେ ଏବେ ସମସ୍ତ ଜିଲ୍ଲାରେ ନିଶା ବ୍ୟାପାରି ସକ୍ରୀୟ ରହିଛନ୍ତି । ଦୈନିକ କୋଟି କୋଟି ଟଙ୍କାର ଡ୍ରଗ୍ସ ଏବଂ ଗଞ୍ଜେଇ ଜବତ କରାଯାଉଛି । ଏପରିକି ପୋଲିସକୁ ନାକେଦମ କରିଦେଲେଣି ନିଦ୍ରବ୍ୟ ଚାଲାଣକାରି । କଲିକତାରୁ ବାଲେଶ୍ୱର ଦେଇ ଡ୍ରଗ୍ସ ଓଡିଶାକୁ ପ୍ରବେଶ କରୁଥିବାବେଳେ ଦକ୍ଷିଣ ଓଡିଶାର କୋରାପୁଟ,ମାଲାକାନଗିରି ଆଦି ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ କରାଯାଉଛି । ଏହାକୁ ରୋକିବା ପାଇଁ ପଲିସ ଏବେ ସକ୍ରୀୟ ହୋଇ ଉଠିଥିବାବେଳେ ମାଲକାନଗିରି ପୋଲିସ ଏହି ଦିଗରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଞ୍ଜେଇ ଚାଷକୁ ନଷ୍ଟ କରୁଛି । 

Leave A Reply

Your email address will not be published.