ଏହି ଦେଶରେ କରୋନା ଟିକା ନେଇ ନଥିବା ଲୋକଙ୍କ ପାଇଁ ଲକଡାଉନ୍‌ ନିୟମ!

ନୂଆଦିଲ୍ଲୀ, ନଭେମ୍ବର ୧୫ : ୟୁରୋପରେ ପୁଣି ଥରେ କରୋନା ଭାଇରସ୍‌ ମହାମାରୀ ସକ୍ରିୟ ହେବାରେ ଲାଗିଛି। ପଶ୍ଚିମ ୟୁରୋପରେ ଲୋକଙ୍କର ଚିନ୍ତା ବଢ଼ିଛି। ଏଠାରେ ଟିକାକରଣ ସର୍ବାଧିକ ହୋଇଥିଲେ ବି କରୋନା ନିୟନ୍ତ୍ରିତ ହେଉନାହିଁ। ୟୁରୋପୀୟ ଦେଶ ଅଷ୍ଟ୍ରିଆରେ ଟିକା ନେଇ ନଥିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାର ଟିକା ନେଇ ନଥିବା ଲୋକଙ୍କ ପାଇଁ ଲକଡାଉନ୍‌ ଲାଗୁ କରିଛନ୍ତି।  ଅଷ୍ଟ୍ରିଆରେ ଯେଉଁ ଲୋକମାନେ କରୋନା ଟିକା ନେଇସାରିଛନ୍ତି, ସେମାନେ ରେଷ୍ଟୁରାଣ୍ଟ ମଧ୍ୟ ଯାଇପାରିବେ। ହୋଟେଲରେ ରହିପାରିବେ। ସେମାନକୁ ଅଧିକ ସୁବିଧା ମିଳୁଛି। କିନ୍ତୁ ଯେଉଁମାନେ ଟିକା ନେଇ ନାହାନ୍ତି, ସେମାନଙ୍କୁ ଘର ଭିତରେ ରହିବାକୁ ହେବ। ଏହି ବର୍ଗର ଲୋକଙ୍କୁ କେବଳ ଜରୁରୀକାଳୀନ କାମରେ ବାହାରକୁ ଯିବା ପାଇଁ ଅନୁମତି ମିଳିବ। ସେହିଭଳି ନିକଟରେ କୋଭିଡ ଚିହ୍ନଟ ହୋଇଥିବା ବ୍ୟକ୍ତମାନଙ୍କୁ ଲକଡାଉନ୍‌ ଭିତରେ ରହିବାକୁ ପଡ଼ିବ। 

gpkandhamal

ସୂଚନାଯୋଗ୍ୟ, ଶନିବାର ଅଷ୍ଟ୍ରିଆରେ ୧୩୦୦୦ ଲୋକ କରୋନା ପଜଟିଭ ଚିହ୍ନଟ ହୋଇଥିଲେ। ଦେଶରେ ଏପର୍ଯ୍ୟନ୍ତ ୧୧ ହଜାର ୭୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି। 

Umasankar Adv
Leave A Reply

Your email address will not be published.