ରାଜ୍ୟରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର, ନଭେମ୍ବର ୧୬: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି । ଆର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ଉପର ତଳ ହେଉଛି । ଗତ ୨୪ ଘଣ୍ଟାରେ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୫୮୬୨ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୮୫ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୩୨ ଜଣ ପଜିଟିଭ ରହିଛନ୍ତି ।  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ  ମଧ୍ୟରୁଅନୁଗୋଳରୁ ୨, ବାଲେଶ୍ୱର ୨, ଭଦ୍ରକ ୩,ବୌଦ୍ଧ୨, କଟକରୁ ୧୫, ଢେଙ୍କାନାଳରୁ ୧, ଗଞ୍ଜାମ ୩,ଜଗତସିଂହପୁରରୁ ୪, ଯାଜପୁରରୁ ୧୨, ଝାରସୁଗୁଡାରୁ ୩,କଳାହାଣ୍ଟି ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୧୨୦, କନ୍ଧମାଳ ୧, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୫, ଓ ଷ୍ଟେଟ ପୁଲରୁ ୨୭ ଜଣ ରହିଛନ୍ତି । 

gpkandhamal

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୪୫୮୬୨ ଜଣ କରୋନା ଆକ୍ରାନ୍ତ ଚିହନ୍ଟ ହୋଇଛନ୍ତି । ସେଥିମଧ୍ୟରୁ ୨୬୬୯ ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ୧୦୩୪୭୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

Umasankar Adv
Leave A Reply

Your email address will not be published.