ଆଜି ନିର୍ମଳା ସୀତାରମଣଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ଉପସ୍ଥିତ ରହିବେ ରାଜ୍ୟର ମୁଖ୍ୟମନ୍ତ୍ରୀ-ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ନଭେମ୍ବର ୧୫ : କରୋନା ଭାଇରସ୍‌ ମହାମାରୀ ଦେଶରେ ହ୍ରାସ ପାଇବା ପରେ ଆର୍ଥିକ ସ୍ଥିତି ପୁଣି ଥରେ ସ୍ବାଭାବିକ ସ୍ତରକୁ ଆସୁଛି। ଦେଶର ଅର୍ଥନୀତିକୁ ଆହୁରି ସ୍ବାଭାବିକ କରିବା ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ ଭାବରେ କେନ୍ଦ୍ର ସରକାର ବିଦେଶୀ ପୁଞ୍ଜି ନିବେଶକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହାରି ମଧ୍ୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ  ଆଜି ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନେ ଅଂଶଗ୍ରହଣ କରି‌ବେ। 

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୈଠକରେ ବ୍ୟବସାୟ ଓ ପୁଞ୍ଜିନିବେଶକୁ ଆକର୍ଷିତ କରିବା ଉପରେ ଆଲୋଚନା ହୋଇପାରେ। ଦେଶର ଅର୍ଥନୀତିକୁ ଅଧିକ ମଜବୁତ କରିବା ଉପରେ ଚର୍ଚ୍ଚା ହେବାର ଆଶଙ୍କା ରହିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରାଯାଇଛି ଯେ, ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ବୈଠକରେ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଭାଗବତ କରାଡ ମଧ୍ୟ ସାମିଲ ହେବେ। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ସଚିବ, ରାଜ୍ୟର ମୁଖ୍ୟ ସଚିବ ଓ ଅର୍ଥ ବିଭାଗର ସଚିବ ମାନେ ବୈଠକରେ ଉପସ୍ଥିତ ରହିବେ।    

Umasankar Adv
Leave A Reply

Your email address will not be published.