ଏଣିକି ଘରେ ବସି ଡାଉନ୍‌ଲୋଡ୍ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର

ଭୁବନେଶ୍ୱର ,ନଭେମ୍ବର 16: ଗାଡ଼ି ଚାଳକଙ୍କ ପାଇଁ ଆସିଲା ଖୁସି ଖବର । ବର୍ତ୍ତମାନ ଘରେ ବସି ଆପଣମାନେ ପାଇ ପାରିବେ ଗାଡ଼ିର କାଗଜପତ୍ର । ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । କାରଣ ଘରେ ବସି ଗାଡ଼ି ସମସ୍ତ କାଗଜପତ୍ର ଆପଣ ଆପଣଙ୍କ ଫୋନ୍ ସାହାର୍ଯ୍ୟରେ ଡ଼ାଉନଲୋଡ଼୍ କରିପାରିବେ । ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍ ଲିମିଟେଡ୍ ସହ ହୋଇଥିବା ଚୁକ୍ତି ଅବଧି ଜୁଲାଇ ୨୮ରେ ଶେଷ ହୋଇଥିବାରୁ ଏପରି ନିଷ୍ପତି ନିଆଯାଇଛି । ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ବତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି ।

gpkandhamal

ଯାହାର ସୁବିଧା ଆପଣ ମାନେ ନୁଆ ବର୍ଷରୁ ଉଠାଇ ପାରିବେ । ଏଥିରେ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କର ଡିଜିଟାଲ ଦସ୍ତଖତରେ ଉପଲବ୍ଧ ହେବ। ଡାଉନ୍‌ଲୋଡ୍ ହେଉଥିବା ପିଡିଏଫ୍ ପୁଲିସ ଚେକିଂ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥାରେ ଗ୍ରହଣୀୟ ହେବ। ଯାହାଫଳରେ ଆପଣ ମାନେ ଖୁବ୍ କମ୍ ସମସୟରେ ଗାଡ଼ିର କାଗଜ ପତ୍ର ଯଥା: ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବାଣିଜ୍ୟ ପ୍ରମାଣପତ୍ର, ଫିଟ୍‌ନେସ୍ ସାର୍ଟିଫିକେଟ୍ ଓ ପରମିଟ୍ ପ୍ରଭୃତି ବାରମ୍ବାର ନ ଦଉଡ଼ି ଘରେ ଡ଼ାଉନଲୋଡ଼୍ କରି ପାରିବେ ।

Umasankar Adv
Leave A Reply

Your email address will not be published.