ମଧ୍ୟାହ୍ନ ଭୋଜନ ଚାଉଳକୁ ବଜାରରେ ବିକ୍ରି କରି ପ୍ରଧାନଶିକ୍ଷକଙ୍କ ସହ ୨ ରେଷେୟା ଗିରଫ

ମାଲକାନଗିରି ,ନଭେମ୍ବର 16: ପ୍ରତି ସରକାରୀ ସ୍କୁଲ୍‌ରେ ପିଲାଙ୍କ ଖାଇବା ପାଇଁ ରୋଷେଇ ସାମଗ୍ରୀ ଆସୁଛି ସତ ହେଲେ ଏହା ବାଟ ମାରଣା ହୋଇ ସିଧା ସଳଖ ସରକାରୀ ବାବୁଙ୍କ ପକେଟ୍ ଗରମ କରୁଛି । ତେବେ ବର୍ତ୍ତମାନ ପିଲାଙ୍କ ପାଇଁ ଆସିଥିବା ଚାଉଳ ଚୋରି କରିବା ଓ ପରେ ତାକୁ ଅଧିକ ଦରରେ ବିକ୍ରି କରିବା ପଡ଼ିଲା ମହଙ୍ଗା । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଗିରଫ ହୋଇଛନ୍ତି ଓ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍ । ଏପରି ଘଟଣା ଘଟିଛି ମାଲକାନଗିରି କାଲିମେଳା ଆଶ୍ରମରେ । ପ୍ରତିଦିନ ଏପରି କାର୍ଯ୍ୟ କରୁଥିବା ବେଳେ ଗତକାଲି ଦୁଇଟି ବାଇକରେ ୩ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ବଜାରରେ ବିକ୍ରି କରିବାକୁ ନେବା ସମୟରେ ବିଦ୍ୟାଳୟର ରେଷେୟା ସୁରେନ୍ଦ୍ର ମାଢ଼ି ଓ ହରି ବଡ଼ନାୟକ ଧରାପଡ଼ିଥିଲେ ।

gpkandhamal

ଫଳରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ କାଲିମେଳା ବ୍ଲକ ମଂଗଳ ସଂପ୍ରସାରଣ ଅଧିକାରୀ ଭରତ ଗୁରୁ କାଲିମେଳା ଥାନାରେ ଅଭିଯୋଗ କରିଥିଲେ । ଯାହାଫଳରେ ପ୍ରଧାନଶିକ୍ଷକ ରମାକାନ୍ତ ବେହେରାଙ୍କ ସମେତ ରୋଷେୟା ସୁରେନ୍ଦ୍ର ମାଢ଼ି ଓ ହରି ବଡ଼ନାୟକକୁ ଗିରଫ କରିଛି । ଏଥି ସହିତ ଏକ ବାଇକ ଓ ୩ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳକୁ ମଧ୍ୟ ପୁଲିସ ଜବତ କରିଛି ।

Umasankar Adv
Leave A Reply

Your email address will not be published.