ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାସ

ଗଞ୍ଜାମ,ନଭେମ୍ବର 16 : ଏକ ବଡ଼ ବାଇକ୍ ଚୋରୀ ଗ୍ୟାଙ୍ଗର ଫର୍ଦ୍ଦାଫାସ କରିଛି ପୋଲିସ୍ । ଯାହାଫଳରେ ଏହି ବାଇକ୍ ଚୋରୀ ଘଟଣାରେ ଲିପ୍ତ ଥିବା ୭ ଜଣ ଦୁବୁର୍ତ୍ତଙ୍କୁ ଗିରଫ କରାଯାଇଛି । ଗତ ପାର୍ବଣ ସମୟରେ ଗଞ୍ଜାମରେ ପ୍ରତିଦିନ ବାଇକ୍ ଚୋରୀ ହେଉଥିବା ର ଅଭିଯୋଗ ହେଉଥିବା ବେଳେ ଆକ୍ସନ ମୁଡ଼୍ କୁ ଆସିଥିଲା ଭଂଜନଗର ଓ ବୁଗୁଡା ଥାନା ପୁଲିସ । ଯାହାଫଳରେ ୧୯ଟି ଚୋରା ଗାଡିକୁ ଧରିବା ସହ ରାକେଟରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଏନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖବର ଅନୁସାରେ ଅଭିଯୁକ୍ତ ମାନେ ପ୍ରଥମେ ବାଇକ୍ ,ଅଧିକ ଦାମ୍ ର ବଡ଼ ବଡ଼ ଗାଡ଼ି ଚୋରୀ କରିବା ଓ ପରେ ତାଙ୍କୁ ଅଲଗା ଅଲଗା ଗ୍ୟାରେଜର ମାଲିକଙ୍କୁ ବିକ୍ରି କରୁଥିଲେ । ପରେ ବିଭିନ୍ନ ତଦନ୍ତରୁ ଏହି କଥା ସାମ୍ନାକୁ ଆସିଥିଲା । ଏପରିକି ଚୋରା ଗାଡ଼ି କିଣି କାଗଜ ପତ୍ର ନଦେଖେଇ ପାରିବାକୁ ୩ ଜଣ ସାଧାରଣ ଲୋକ ମଧ୍ୟ ଗିରଫ ହୋଇଥିବା ପୋଲିସ୍ ପକ୍ଷରୁ ସୁଚନା ମିଳିଛି ।

gpkandhamal

ଅଭିଯୁକ୍ତ ମାନେ ଭଂଜନଗର, ବେଲଗୁଣ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର ଥାନା, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା, ସାରଙ୍ଗଗଡ଼ ଥାନା, ସୋନପୁର ଏବଂ ରାୟଗଡା ଜିଲ୍ଲା କୁ ଟାର୍ଗେଟ୍ ରଖି ଗାଡ଼ି ଚୋରୀ କରୁଥିଲେ । ତେବେ ଆଗକୁ ମଧ୍ୟ ଏ ତଦନ୍ତ ଜାରୀ ରହିବା ସହ ଆଉ କେଉଁ କେଉଁ ମାନଙ୍କର ଏହାର ସମ୍ପୃକ୍ତି ଅଛି? ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କିଏ ସବୁ ତଥ୍ୟ ଆଗକୁ ଆସିବ ବୋଲି ପୋଲିସ୍ ପକ୍ଷରୁ ସୁଚନା ମିଳିଛି ।

Umasankar Adv
Leave A Reply

Your email address will not be published.