ବ୍ୟାପିଲା ବାର୍ଡ ଫ୍ଲୁ

ନୂଆଦିଲ୍ଲୀ, ନଭେମ୍ବର ୧୬ : ୟୁରୋପ ଓ ଏସିଆକୁ ଘାରିଲାଣି ବାର୍ଡ ଫ୍ଲୁ ଭୟ । ୱାର୍ଲ୍ଡ ଅର୍ଗାନାଇଜେସନ ଫର ଆନିମଲ ହେଲ୍‌ଥ ବା ବିଶ୍ୱ ପଶୁସମ୍ପଦ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ସତର୍କ କରାଯାଇଛି । କିଛି ଦିନ ଭିତରେ ବାର୍ଡ ଫ୍ଲୁ ସଂକ୍ରମଣ ଭୟଙ୍କର ହେବା ଆଶଙ୍କା କରାଯାଇଛି । ୟୁରୋପ ଓଏସିଆରେ ଏହାର ନମୁନା ମିଳିଥିବା ଜଣାପଡିଛି ।  ସେହିପରି ନିକଟରେ ଆଞ୍ଚଳିକ ଗଣମାଧ୍ୟମର ଏକ ତଥ୍ୟରୁ ଜଣାପଡିଛି ଯେ, ଚୀନରେ ଚଳିତ ବର୍ଷ ୨୧ ଜଣ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଯାହାକି ୨୦୨୦ ମସିହା ଆକ୍ରାନ୍ତଙ୍କ ଠାରୁ ମଧ୍ୟ ଅଧିକ ରହିଛି । ଏହାସହିତ ଶୀତ ଋତୁରେ ପ୍ରଥମେ ଜାପାନରେ ଏହି ଭାଇରସର ଚିହ୍ନଟ କରାଯାଇଛି । ଜାପାନର ଉତ୍ତରରେ ଥିବା ଏକ କୁକୁଡା ଫାର୍ମରୁ ଏହା ମନୁଷ୍ୟକୁ ବ୍ୟାପିଥିଲା । 

gpkandhamal

ଏନେଇ ଜାପାନର କୃଷି ମନ୍ତ୍ରୀ ଗତ ସପ୍ତାହରେ ନିଶ୍ଚିତ କରିଛନ୍ତି । ଦକ୍ଷିଣ କୋରିଆରେ ମଧ୍ୟ ଚୁଙ୍ଗଚେଙ୍ଗବୁକ୍‌-ଡୋରେ ପ୍ରାୟ ୭,୭୦,୦୦୦ କୁକୁଡା ଥିବା ଫାର୍ମରେ ଏହି ସଂକ୍ରମଣ ହୋଇଥିବା ରିପୋର୍ଟରେ କୁହାଯାଇଛି । ଦକ୍ଷିଣ କୋରିଆ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ଦର୍ଶାଇ ସୋମବାର ଦିନ ଓଆଇଇଟି ଏହା କହିଛି । ସେହିପରି ପରୀକ୍ଷା ପରେ କୁକୁଡାଗୁଡିକୁ ମାରିଦିଆଯାଇଛି ।

Umasankar Adv
Leave A Reply

Your email address will not be published.