ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ସାହାର୍ଯ୍ୟରେ ୧୦ ଦିନରେ ଧରା ହେଲେ ୩୪୮୮ ଜଣ ଫେରାର ଆସାମୀ

ଭୁବନେଶ୍ୱର ,ନଭେମ୍ବର 16 : ରାଜ୍ୟରେ ଦିନକୁ ଦିନ ଅପରାଧ ବଢି ଚାଲୁଥିବା ବେଳେ ଏହା ଦ୍ୱାରା ଶିକାର ହେଉଛନ୍ତି ସାଧାରଣ ଲୋକମାନେ । ଯାହାଫଳରେ ଦିନ ଦ୍ୱି’ପହରରେ ମଧ୍ୟ ଲୁଟ୍‌,ଡ଼କାୟତି,ଆକ୍ରମଣ ଭଳି ବିଭିନ୍ନ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ଲୁଟେରା । ତେବେ ଏମାନଙ୍କୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ଯଥେଷ୍ଟ ଚେଷ୍ଠା କରାଯାଉଥିଲେ ମଧ୍ୟ ଫଳ ଶୂନ । ବର୍ତ୍ତମାନ ପୋଲିସ୍ ର ସ୍ୱତନ୍ତ୍ର ଡ଼୍ରାଇଭ୍ ସାହାଯ୍ୟରେ ୩୪୮୮ ପଳାତକ ଆସାମୀ ଗିରଫ ହୋଇଛନ୍ତି । ଓଡ଼ିଶା ପୋଲିସ୍ ତରଫରୁ ନଭେମ୍ବର ୫ ରୁ ନଭେମ୍ବର ୧୪ ପର‌୍ୟ୍ୟନ୍ତ ସ୍ବତନ୍ତ୍ର ୱାରେଣ୍ଟ ଡ୍ରାଇଭ ଆରମ୍ଭ କରାଯାଇଥିଲା । ଯାହାଫଳରେ ଅଭିଯୁକ୍ତମାନଙ୍କୁ ଗିରଫ କରି ସମୁଦାୟ ୩୪୮୮ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଥିଲା ।

gpkandhamal

ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୫୯୨ ଫେରାର୍ ଆସାମୀ ଧରାପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲାର ୫୫୧ ଏବଂ ଖୋର୍ଦ୍ଧା ଜିଲ୍ଲାର ୫୧୬ ଟି ଫେରାର୍ ଆସାମୀଙ୍କୁ ଗିରଫ କରଯାଇଛି । ତେବେ ଜି.ଆର ମାମଲାରେ ୨୩୯୨ ୱାରେଣ୍ଟ, ଅଧିବେଶନ ଟ୍ରାଏଲ ମାମଲାରେ ୪୦୦ ୱାରେଣ୍ଟ ଏବଂ ଅନ୍ୟାନ୍ୟ ମାମଲାରେ ୬୯୬ ୱାରେଣ୍ଟ ଗିରଫ ଅନ୍ତର୍ଭୁକ୍ତ ହୋଇଥିଲେ ।

Umasankar Adv
Leave A Reply

Your email address will not be published.