ଦୁଇ ଦିନ ପରେ ଆଜିଠାରୁ ପୁଣି ମିଳିବ ଜଗା ଦର୍ଶନ

ପୁରୀ, ନଭେମ୍ବର ୧୬: ଦୁଇ ଦିନ ପରେ ଆଜିଠୁ ପୁଣଇ ମିଳିବ ଜଗା ଦର୍ଶନ । ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ହେବ । ଗତକାଲର୍ପ୍‌ଥମ ଦିନରେ ଭକ୍ତଙ୍କୁ ବାରଣ କରିଥିବା ବେଳେ ଆଜିଠାରୁ ତିନି ଦିନ ଯାଏ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଜି ପଞ୍ଚୁକର ୨ୟ ଦିନ ଥିବା ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ ।  ସେହିପରି ଆସନ୍ତାକାଲି ତ୍ରୟୋଦଶୀରେ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ନୃସିଂହ ବେଶରେ ମହାପ୍ରଭୁଙ୍କୁ ଦର୍ଶନ ଦେବେ । ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ଭିତରେ ପୁରୀବାସୀ ପଶ୍ଚିମ ଦ୍ୱାର ଓ ପୁରୀ ତଥା ରାଜ୍ୟ ବାହାର ଭକ୍ତଙ୍କ ପାଇଁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ବ୍ୟବସ୍ଥା କରାଯାଇଛି । 

gpkandhamal

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମରଚିକୋଟ ଛକଠାରୁ ଲମ୍ବା ବାରିକେଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ପଞ୍ଚୁକର ଶେଷ ଦିନରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବ । କିନ୍ତୁ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଏହି ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ପଞ୍ଚୁକରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି ।

Umasankar Adv
Leave A Reply

Your email address will not be published.