ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ

ବାରିପଦା, ନଭେମ୍ବର ୧୬ : ଏବେ ଲୁଟେରାଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ । ବନ୍ଧୁକ ଦେଖାଇ ପୁଣଇ ପେଟ୍ରୋଲ ପମ୍ପରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ଦିନ ହେଲା ଚାରି ଥର ଲୁଟ ହେଲାଣି । ସୋମବାର ରାତିରେ ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚବନ୍ଧା ନିକଟରେ ଥିବା ପେଟ୍ରୋଲ ପମ୍ପରେ ଏଭଳି ଲୁଟ ହୋଇଥିବା ଜଣାପଡିଛି ।  ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ଯାଉଥିବା ସମୟରେ ପେଟ୍ରୋଲ ପକାଇବାକୁ କହି ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ବନ୍ଦଇକ ଦେଖାଇ ଲୁଟ କରିଛନ୍ତି । ତେବେ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ସେଠାର କର୍ମଚାରୀମାନଙ୍କୁ ଧମକାଇ ଟଙ୍କା ବ୍ୟାଗ୍ ଦେଖି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ସମସ୍ତ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

gpkandhamal

ତେବେ ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ବାରମ୍ବାର ଘଟୁଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଭୟଭୀତ ଥିବା ଦେଖିବାକୁ ମିଳିଛି । ଦଶ ଦିନ ମଧ୍ୟରେ ପ୍ରଥମେ ବହଳଦା-ରାଇରଙ୍ଗପୁର ରାସ୍ତା ମଧ୍ୟବର୍ତ୍ତୀ ।ସିଙ୍ଗି ଅଞ୍ଚଳର ନୀଳମାଧବ ପେଟ୍ରୋଲ ପମ୍ପରୁ ଲୁଟ ମଧ୍ୟ ହୋଇଥିଲା । 

Umasankar Adv
Leave A Reply

Your email address will not be published.