ଭାରତର ଶକ୍ତି ବଢ଼ାଇବ S-400 ଆଣ୍ଟି ମିସାଇଲ୍‌

ନୂଆଦିଲ୍ଲୀ, ନଭେମ୍ବର ୧୭ : ଋଷିଆ ଦ୍ବାରା ନିର୍ମିତ ଭାରତକୁ ମିଳିଥିବା S-400 ଆଣ୍ଟି ମିସାଇଲ ଭାରତର ଶକ୍ତି ବଢ଼ାଇବ। ଏହି ଅତ୍ୟାଧୁନିକ ଅସ୍ତ୍ର ଆମର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପଡୋଶୀ ଶତ୍ରୁ ରାଷ୍ଟ୍ରମାନଙ୍କର ଶକ୍ତି ସନ୍ତୁଳନରେ ପରିବର୍ତ୍ତନ ଦେଖାଯାଉଥିବାରୁ S-400 ମିସାଇଲ୍‌ର ଗୁରୁତ୍ବ ଅଧିକ ରହିଛି।  ଚୀନ ନିଜର ଅତ୍ୟାଧୁନିକ ଅସ୍ତ୍ର ସହିତ ଛିଡ଼ା ହୋଇଛି। ଚୀନର ମିସାଇଲ୍‌ ଟାଗେର୍ଟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଭାରତକୁ ଯେଉଁ ଭଳି ମିସାଇଲର ଦରକାର ଥିଲା, ତାହା ମିଳିଛି। କାରଣ ଋଷିଆ ବହୁତ କମ୍‌ ଦେଶକୁ ଏଳଭି ପ୍ରକାରର ମିସାଇଲ ହସ୍ତାନ୍ତର କରିଥାଏ। 

gpkandhamal

କୁହାଯାଇଥାଏ ଯେ, ଏହି ପ୍ରତିରକ୍ଷା ସାମଗ୍ରୀ ବିଶ୍ବର ସବୁଠାରୁ ଆଗୁଆ। କାରଣ ଏହି ଭଳି ସିଷ୍ଟମ ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ନାହିଁ। ଏହାକୁ କିଣିବା ନେଇ ଆମେରିକା କଟକଣା ଲଗାଇବାକୁ କହିଥିଲଶ। ତେବେ ଭାରତ କହିଥିଲା ଯେ, ଜାତୀୟ ସୁରକ୍ଷା ଆମ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। 

Umasankar Adv
Leave A Reply

Your email address will not be published.