ପରଲୋକରେ ବାଲିକୁଦା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର, ନଭେମ୍ବର ୧୭ : ପରଲୋକରେ ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଜଗତସିଂହପୁର ବାଲିକୁଦାରୁ ୪ ତର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ । ତେବେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । 

gpkandhamal

ସୂଚନା ଅନୁସାରେ ୨୦୧୪ରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ସକ୍ରିୟ ରହିଥିଲେ । ମଧୁସୂଦନ ଲ କଲେଜରେ ସେ ସଭାପତି ଥିଲେ । ସେବେଠାରୁ ତାଙ୍କର ରାଜନୈତିକ ଜୀବନ ହୋଇଥିଲା ଆରମ୍ଭ । ୧୯୭୭-୧୯୮୦, ୧୯୯୦-୧୯୯୫, ୨୦୦୦-୨୦୦୫, ୨୦୦୫-୨୦୦୯ ଯାଏ ସେ ବିଧାୟକ ଥିଲେ ।  ସେହିପରି ଉମେଶଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିନଥିବା ଜଣାପଡିଛି । ମଙ୍ଗଳବାର ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ତାଙ୍କର ହୃତଘାତରେ ପରଲୋକ ହୋଇଛି । ତେବେ ଜନ୍ମମାଟି ମାଛଗାଁରେ ତାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ କରାଯିବ  ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । 

Umasankar Adv
Leave A Reply

Your email address will not be published.