କନ୍ଧମାଳର ମଉଡମଣୀଙ୍କୁ ପିପିଲି ମାଟିରେ ଭବ୍ୟ ସମ୍ବର୍ଧନା

ପିପିଲି (ଵାପିସାନ ) କନ୍ଧମାଳର ମଉଡମଣୀ ତଥା ପିପୁଲ ଫୋରମ ସଭାପତି ତଥା କନ୍ଧମାଳର ବରିଷ୍ଠ ସାମ୍ବାଦିକ ସମସ୍ତଙ୍କ ପ୍ରିୟ ରାଧାମୋହନ ମହାପାତ୍ରଙ୍କୁ ଜାତୀୟ ପ୍ରେସ ଦିବସରେ ପିପିଲି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ରେ ସମ୍ବର୍ଦ୍ଧନା କରାଯାଇଛି। ତେବେ ରାଧା ମୋହନ କେବଳ ଯେ କନ୍ଧମାଳର ବରିଷ୍ଠ ସାମ୍ବାଦିକ ନୁହନ୍ତି ସେ ଭଲ ଲୋକସେବକ ମଧ୍ୟ କନ୍ଧମାଳର ସର୍ବାଙ୍ଗୀନ ଉର୍ନତି ପାଇଁ ଦିବା ରାତ୍ର ଅହରହ ଉଦ୍ୟମ ଚଳାଇ ଥିବା ରାଧା ମୋହନ ନିକଟ ଦିନରେ କନ୍ଧମାଳ ରେଳ ପ୍ରସଙ୍ଗ ନେଇ ରେଳ ମନ୍ତ୍ରୀ ଏବଂ ରେଳ ବିଭାଗର ବରିଷ୍ଠ ଲୋକ ମାନକ ସହ ଭେଟି କିଭଳି ଯଥା ଶୀଘ୍ର କାମ ତ୍ୱରାନ୍ୱିତ ହେବ ସେ ପ୍ରସଙ୍ଗ ନେଇ ଆଲୋଚନା ମଧ୍ୟ କରି ଥିଲେ। କେବଳ ରେଳ ପ୍ରସଙ୍ଗ ନୁହେ ସେ କନ୍ଧମାଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ କିମ୍ବା ସମାଜର ମଙ୍ଗଳ ପାଇଁ ହେଉ ଅହରହ ଉଦ୍ୟମ ଚଳାଇ ନିଜ କନ୍ଧମାଳ ପାଇଁ ଗର୍ବ ଆଉ ଗୌରବ ଆଣିଥିବା ମଣିଷଟେ ହେଉଛନ୍ତି ରାଧା ମୋହନ | ଏଭଳି ଏକ ବ୍ୟକ୍ତି ବିଶେଷଙ୍କୁ ପିପିଲି ପେସାଦାର ସାମ୍ବାଦିକ ସଙ୍ଘ ତରଫରୁ ସଂମାନ କରାଯାଇଥିବାରୁ ପିପିଲି ମାଟିବି ଗର୍ବ ଅନୁଭବ କରେ ।

Leave A Reply

Your email address will not be published.