ପୋଖରୀରେ ବୁଡି ମା-ପୁଅଙ୍କ ସଲୀଳ ସମାଧି

କଟକ, ନଭେମ୍ବର ୧୮ : ପୋଖରୀରେ ବୁଡି ମାଆ ଓ ପୁଅଙ୍କ ସଲୀଳ ସମାଧି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା କୃଷ୍ଣ ପ୍ରସାଦ କାକଟପୁର ବେଢାସାହିରେ । ମୃତକ ହେଲେ ରୀତା ମିଶ୍ର ଓ ତାଙ୍କ ପୁଅ ପ୍ରଭୁ ମିଶ୍ର ।  ସୂଚନା ଅନୁସାରେ, ରୀତା ମିଶ୍ର ନିଜ ବାପ ଘର ବେଢାସାହିକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ଉଭୟ ମାଆ ଓ ପୁଅ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶନବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ବୁଡିଥିବା ମାଆ ଓ ପୁଅଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା । 

gpkandhamal

ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିନାହିଁ । ହେଲେ ପାଣିରେ ବୁଡି ମୃତ୍ୟୁ ହୋଇଛି ନା ଆଉ କିଛି ରହିଛି ସେନେଇ ସଠିକ ଭାବେ ସୂଚନା ମିଳିନାହିଁ । ଏନେଇ ପୋଲିସ ଛାନଭିନ ଜାରି ରଖିଛି । ଯଦି ଆବଶ୍ୟକ ପଡେ ତେବେ ସାଇଣ୍ଟିଫିକ୍ ଟିମ୍‌ର ସହଯୋଗ ନିଆଯିବ ବୋଲି ସୂଚନା ମିଳିଛି । 

Umasankar Adv
Leave A Reply

Your email address will not be published.