ସାରା ଶର୍ମା ସମାଜ ସେବାର ଅନ୍ୟ ନାମ

ଭୁବନେଶ୍ଵର (ଵାପିସାନ) : ସେ ନାରୀ, ସେ ମମତାମୟୀ, ସେ ସ୍ନେହମୟି , ସାଧାରଣ ଜନତାଙ୍କ ପାଇଁ ସେ ନାରୀ ରୂପୀ ନାରାୟଣୀ। ସାରା ସଂସାର ତାଙ୍କ ପାଇଁ ତାଙ୍କ ପରିବାର। ଆଉ ସମସ୍ତଙ୍କ ପାଇଁ ସେ ହେଉଛନ୍ତି ପରିବାରର ମା । ସେ ଯୋଉଠି ପୋଷ୍ଟିଂ ହୁଅନ୍ତି ସେଇଟା ତାଙ୍କ ପାଇଁ ତାଙ୍କ ଘର ଠୁ ବଳି । ସେଠାକାର ଲୋକେ ତାଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ ।ଆଉ ଯେବେ ସେ ସେଠାରୁ ଅନ୍ୟତ୍ର ବଦଳି ହୁଅନ୍ତି। ସେବେ ତାଙ୍କୁ ସେଠାକାର ଆବାଳ ବୃଦ୍ଧବନିତା ଠାରୁ ଆରମ୍ଭ କରି ସେଠାକାର ମାଟି ବି ତାଙ୍କୁ ଝୁରେ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାରା ଶର୍ମା ଦୁନିଆଁ ତାଙ୍କୁ ସାରା ଶର୍ମା ବୋଲି ଜାଣେ । ନରମ ଗରମ ହୃଦୟ ଥିବା ମଣିଷ ଟେ ହେଉଛନ୍ତି IPS ସାରା ଶର୍ମା । ସାରାଙ୍କ ନାଁ ଶୁଣିଲେ କେଡ଼େ କେଡ଼େ ଅପରାଧି ଭୟରେ ଥରି ଉଠନ୍ତି । ଆଉ ସାରା ଶର୍ମା ଯେବେ ନରମି ଯାଆନ୍ତି ସେବେ ପାଲଟି ଯାଆନ୍ତି ନିଆରା ମଣିଷ ଟିଏ । ଆଉ ପାଲଟି ଯାଆନ୍ତି ବୃହତ ସମାଜସେବୀ । ଖୋଜି ବୁଲନ୍ତି ଗରିବ ଅସହାୟ ମାନଙ୍କୁ । କାହାକୁ କେମିତି ପ୍ରକାର ସାହାଯ୍ୟ କଲେ ସେ କିପରି ସ୍ୱାବଲମ୍ବୀ ହୋଇ ପାରିବ ସେ ନେଇ ଲାଗିରହି ଥାଏ ସାରା ଶର୍ମାଙ୍କ ଚିନ୍ତା । ସେଥି ପାଇଁ ତ ସେ ଗରିବ ଅସହାୟ ଲୋକଙ୍କ ପାଇଁ ମସିହା । ବେସାହାରାଙ୍କ ପାଇଁ ସେ ହେଉଛନ୍ତି ସାହାରା । ତାଙ୍କ ଜିବନରେ କେତେ ଗରିବ ଅସହାୟ ମାନଙ୍କୁ ସାହାଯ୍ୟ କରିଛନ୍ତି ସେ ସବୁର ହିସାବ ନାହିଁ । ସାମାଜ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ସାରା ଶର୍ମାଙ୍କ ସାହାଯ୍ଯ ଆଉ ସହଯୋଗର ତାଲିକା ଏତେ ଲମ୍ବା ତାହା କହିବା ମୁସ୍କିଲ୍। ସାରା ଶର୍ମା.. ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ । ପିତାଙ୍କ ନାମ ପ୍ରଫେସର ଗିରିଜା ଶଙ୍କର ଶର୍ମା । ମାତା ହେଉଛନ୍ତି ରେଣୁକା ଶର୍ମା । ଆଉ ତାଙ୍କର ଏକମାତ୍ର ଅଲିଅଳି କନ୍ଯା ହେଉଛନ୍ତି ସାରା ଶର୍ମା। ନିଜ ଘର ସମ୍ବଲପୁର । ଜନ୍ମ ୨୩ ଜୁଲାଇ ୧୯୮୩ ମସିହା । ଜନ୍ମ ସ୍ଥାନ ଗଞ୍ଜାମ ଜିଲ୍ଲା ଜନନ ହସ୍ପିଟାଲ । ପିତା ଗିରିଜା ଶଙ୍କର ଥିଲେ ଆଇନ୍ ବିଭାଗର ପ୍ରଫେସର । ମାତା ଥିଲେ ପରିବାର କୋର୍ଟର ବିଚାରକ । ସାରା ଯେତେବେଳେ ଜନ୍ମ ଗ୍ରହଣ କରିଥିଲେ ସେତେବେଳେ ସାରାଙ୍କ ନାମକରଣ କରିଥିଲେ ତାଙ୍କ ପିତା । ସାରା ଅର୍ଥ ହେଉଛି । ଆରବ ଭାଷାରେ ଲିଟିଲ ପ୍ରିନ୍ସ। ତେବେ ସାରା ୫ ବର୍ଷ ବୟସରେ ପ୍ରସିଦ୍ଧ ବରଗଡ ସହରର ରୋଟାରୀ ପବ୍ଲିକ ସ୍କୁଲରେ ପାଠ ପଢା ଆରମ୍ଭ କରିଥିଲେ। ତେବେ ସାରା ପିଲାଟି ଦିନରୁ ଥିଲେ ଅତ୍ୟନ୍ତ ଶାନ୍ତ ସରଳ ସ୍ଵଭାବ । ପରେ ସାରା ସମ୍ବଲପୁର ସେଣ୍ଟ ଜୋଶେଫ ସ୍କୁଲରୁ ୧୯୯୮ ମସିହାରେ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଅଗଷ୍ଟ ୩୧ ୨୦୧୦ରେ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ଏହି ଦିନଟି ସାରା ଏବଂ ତାଙ୍କର ପରିବାର ପାଇଁ ଥିଲା ସ୍ମରଣୀୟ ଦିନ । ଆଉ ସେହି ଦିନ ଠାରୁ ସାରା ଶର୍ମାରୁ ପାଲଟିଗଲେ IPS ସାରା ଶର୍ମା । ୧୩ ଫ୍ରେବୁଆରି ୨୦୧୯ ରେ ପ୍ରଥମ କରି ଗଜପତି ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟରେ ଯୋଗଦାନ ଦେଇଥିଲେ । ରକ୍ଷଣଶୀଳ ଗଜପତି ବାସୀ ସାରା ଶର୍ମାଙ୍କୁ ଦେଖି ପ୍ରଥମେ ବିସ୍ମିତ ହୋଇ ଯାଇଥିଲେ। କିନ୍ତୁ ସାରାଙ୍କ ଦକ୍ଷତା ଏବଂ ମେଳାପି ସ୍ୱାଭାବ ଏବଂ ସମାଜସେବା ପାଇଁ ସେ ପରେ ଗଜପତି ବାସୀଙ୍କ ପାଇଁ ପାଲଟି ଯାଇଥିଲେ ଭଗବାନ । ତେବେ ସାରା ଶର୍ମାଙ୍କ ଆଉ ଏକ ମହାନତାର ପରିଚୟ ହେଉଛି ମଝିରେ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଏକ ପାହାଡିଆ ଗାଁ ସିଣ୍ଡିବୁରୁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି ସାରା ଶର୍ମା । ସେ ପୋଲିସରେ ଯୋଗ ଦେବା ଆଗରୁ ଛତିଶଗଡ଼ ସ୍ଥିତ ହୀଦୟାତୁଲହା ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପିକା ଥିଲେ । ସେଠାକାର ପୁରାତନ ଛାତ୍ର ସଂଘର ସହଯୋଗରେ ତଥା ନିଜସ୍ୱ ଅର୍ଥରେ ସାରା ଶର୍ମା ଗୁମ୍ମା ବ୍ଲକର ସିଣ୍ଡିବୁରୁ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି। ଏହି ଗାଁରେ ୧୯ଟି ଆଦିବାସୀ ପରିବାର ରହନ୍ତି। ଉକ୍ତ ଗାଁକୁ ରାସ୍ତା ଖଣ୍ଡିଏ ମଧ୍ୟ ନଥିଲା । ପାଦଚଲା ରାସ୍ତା ହିଁ ସାହା ଭରସା ଥିଲା । ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସତସପନ। ଗାଁରେ ଗୋଟିଏ ମାତ୍ର ନଳକୂପ ରହିଥିଲା , ହେଲେ ଖରା ଦିନେ ସେଥିରୁ ପାଣି ବାହାରେ ନାହିଁ। ଗାଁର ସମସ୍ୟା ସମ୍ପର୍କରେ ଲୋକେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝୁ ନଥିଲେ । ଏକଦା ଦିନେ ଝିପି ଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ସାରା ପାହାଡ଼ ଉପରେ ଥିବା ଏହି ଗାଁକୁ ଯାଇ ଲୋକଙ୍କ ଦୁଃଖ ବୁଝିଥିଲେ । ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏତେ ପାଖରେ ପାଇ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏବେ ସେମାନଙ୍କ ଦୁଃଖ ଦୂର ହେବ ବୋଲି ଗାଁ ଲୋକେ ଆଶା କରିଥିଲେ । ଏଭଳି ସ୍ଥିତିରେ ଗାଁର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଛତିଶଗଡ଼ ସ୍ଥିତ ହିଦାତୁଲ୍ଲା ନ୍ୟାସନାଲ ଲ’ ବିଶ୍ୱବଦ୍ୟାଳୟର ପୁରାତନ ଛାତ୍ର ସଂଘର ସଦସ୍ୟମାନେ ଗଜପତି ଏସ୍‌ପିଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଏସ୍‌ପି ବିଭିନ୍ନ ସୁବିଧାରୁ ବଞ୍ଚିତ ଥିବା ଗାଁ ଖୋଜିଥିଲେ। ସିଣ୍ଡିବୁର ଗାଁକୁ ଦେଖିବା ପରେ ସେ ଏହି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ସହାୟତା କରିବାକୁ ମନସ୍ଥ କରିଥିଲେ। ତେବେ ଏହି ଗାଁ ଲୋକଙ୍କୁ ସହାୟତା କରିବା ପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂଘ କିଛି ଟଙ୍କା ଦେଇଥିବା ବେଳେ ଗଜପତି ପୁଲିସ୍ ମଧ୍ୟ ଆର୍ଥିକ ସହାୟତା କରିଛି। ତେବେ କେବଳ ଏହି ଉଦାହରଣ ନୁହେ ମଝିରେ କିନ୍ନରଙ୍କୁ ସାହାଯ୍ୟ କରି ଆଉ ଏକ ମହାନତା ଦେଖାଇଥିଲେ ସାରା । ପରେ ତାଙ୍କୁ ଯେତେବେଳେ ଗଜପତି ଜିଲ୍ଲାରୁ ବଦଳି କରାଗଲା ସେତେବେଳେ ତାଙ୍କୁ ଝୁରି ଥିଲା ଗଜପତି। ପୁରା ସହର କାନ୍ଦ ବୋବାଳିରେ ଫାଟି ପଡୁ ଥିଲା। କେହି କେହି କହୁଥିଲେ ତାଙ୍କ ଠାରୁ ତାଙ୍କ ମାଆଙ୍କୁ ଛଡାଇ ନିଆଗଲା ବୋଲି । ବାସ୍ତବରେ ସେ ଦୃଶ୍ୟ ଥିଲା ଅତ୍ୟନ୍ତ ଦୁଃଖ ଦାୟକ। ପରେ ଗଜପତିରୁ ସମ୍ବଲପୁର ଦୁର୍ନୀତି ବିଭାଗକୁ ଆସିଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି ସାରା ଶର୍ମାଙ୍କ ସଚେତନ କରିବାର ଶୈଳୀ । ଯାହା ସମସ୍ତଙ୍କ ମନକୁ ମୋହିତ କରିଥାଏ। ସାରା ସବୁବେଳେ ନିଜ ସୁମଧୁର କଣ୍ଠରେ ସୁନ୍ଦର ସଚେତନର ବାର୍ତ୍ତା ଦେଇଥାନ୍ତି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ। କେତେବେଳେ ମାନିକେ ମାଗେ ଷ୍ଟାଇଲରେ ତ ଆଉ କେତେବେଳେ ନିଜସ୍ୱ ଶୈଳୀରେ । ଗୀତ ଗାଇ ଦେଶ ବିଦେଶରେ ଆଇପିଏସ ସାରା ଶର୍ମା ସ୍ରୁଷ୍ଟି କରିଛନ୍ତି ସ୍ଵତନ୍ତ୍ର ପରିଚୟ । ଆଉ ଏହି ମହାନ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ସମାଚାର ତରଫରୁ ଭବିଷ୍ୟତ ପାଇଁ ଅନେକ ବଧାଇ।

Leave A Reply

Your email address will not be published.