ବାବା ଆଖଣ୍ଡଳମଣୀ ପୀଠରେ ଲାଗିଲା ୧୪୪ ଧାରା

ଭଦ୍ରକ, ନଭେମ୍ବର ୧୮: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏନେଇ ଆରଡି ଆଖଣ୍ଡଳମଣୀଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ପଞ୍ଚୁକ ବତ୍ର ଆରମ୍ଭରୁ ଭକ୍ତଙ୍କ ଦର୍ଶନ ଉପରେ ସାମାନ୍ୟ କୋହଳ କରାଯାଇଥିଲା । ମାତ୍ର ଆଜି ସକାଳ ୮ଟା ଯାଏଁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା ।  ତେବେ ସକାଳ ୮ଟାରୁ ଶୁକ୍ରବାର ରାତ୍ର ୮ଟା ଯାଏଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ବାବାଙ୍କ ଶିବଗଙ୍ଗା ପୁଷ୍କରଣୀ ଓ ବୈତରଣୀ ନଦୀ ଘାଟ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ଯିବନାହିଁ । ଏନେଇ ପ୍ରଶାସନ କଡା କଟକଣା ଜାରି କରିଛି । 

gpkandhamal

ସେପଟେ କରୋନା ପାଇଁ ସୀମିତ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରି ପରାମର୍ଶ ଦିଆଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବା ଆଖଣ୍ଡଳମଣୀ ହରଗୌରୀ ବେଶରେ ସଜ୍ଜିତ ହେବେ । ପୀଠରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଯେଉଁଥି ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । 

Umasankar Adv
Leave A Reply

Your email address will not be published.