ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ପାଇଁ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର ,ନଭେମ୍ବର 18 : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ଖାଲିଥିବା ସିଟ୍ ପାଇଁ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ । ଅନଲାଇନ ମାଧ୍ୟମରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।  ୨୭ ତାରିଖରେ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ପ୍ରକାଶ ପାଇବା ସହ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ହେବ । ୩୦ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ କରିବେ । 

gpkandhamal

ଆଜି ସକାଳ ସାଢ଼େ ୧୧ଟାରୁ ୨୨ ତାରିଖ ରାତି ୧୧ଟା ୫୫ ଯାଏ ଆବେଦନ କରିପାରିବେ । ୨୪ ତାରିଖ ଅପରାହ୍ନ ୩ଟାରେ ମେଧା ତାଲିକା ସହ ୱେଟିଂ ଲିଷ୍ଟ ପ୍ରକାଶ ପାଇବ । 

Umasankar Adv
Leave A Reply

Your email address will not be published.