ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର ,ନଭେମ୍ବର 19 : ଅବପାତର ରୂପ ନେଇ ତାମିଲନାଡୁ ମୁହାଁ ହେଲା ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଯାହାଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତିରେ ହାଲକା ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

gpkandhamal

ଏହା ଛଡ଼ା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟମାନଙ୍କରେ ମଧ୍ୟ କୋହଲା ପାଗ ରହିବ । ସେହିପରି ୨୧ ତାରିଖ ଆଡକୁ ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ୨୪ ତାରିଖ ପରଠୁ ପାଗ ଧିରେ ଧିରେ ଫିଟିବା ସହ ରାତିର ତାପମାତ୍ରା ବଢିବ ବୋଲି ସିଇସି ସୋଆ ପକ୍ଷରୁ ସୂଚନା ଦିଆଯାଇଛି ।

Umasankar Adv
Leave A Reply

Your email address will not be published.