ପ୍ରଧାନମନ୍ତ୍ରୀ ମୋଦୀ ଝାନ୍‌ସୀରେ ଆଜି ସେନାକୁ ହସ୍ତାନ୍ତର କରିବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ନଭେମ୍ବର ୧୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତ କରୁଛନ୍ତି। ମୋଦୀ ବୁନ୍ଦେଲଖଣ୍ଡର ମହୋବା ଓ ଝାନ୍‌ସୀ ଗସ୍ତ କରିବେ। ଝାନ୍‌ସୀରେ ସେ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ରେ ଭାଗ ନେବେ। ମହୋବାରେ ‘ହର ଘର ନଲ ଜଳ ଯୋଜନା ଅର୍ଥାତ୍‌ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାଣି’ର ଶୁଭାରମ୍ଭ କରିବେ। ଏତ୍‌ବ୍ୟ ବ୍ୟତୀତ ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନ ୯ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। କରୋନା କାଳରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେଶବାସୀଙ୍କୁ ଏହା ହେଉଛି ୧୧ତମ ସମ୍ବୋଧନ।

gpkandhamal

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବରେ ଅଂଶଗ୍ରହଣ କରିବେ। ଏହି ସମାରୋହରେ ସେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସାମଗ୍ରୀ ଓ ଅସ୍ତ୍ର ସେନାକୁ ହସ୍ତାନ୍ତର କରିବେ। ପିଏମ୍‌ ମୋଦୀ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ଦ୍ବାରା ନିର୍ମିତ କମ୍ବାଟ ହେଲିକପ୍ଟର ବାୟୁସେନାକୁ, ଭାରତୀୟ ଷ୍ଟର୍ଟଅପ୍‌ ଦ୍ବାରା ଡିଜାଇନ ଏବଂ ବିକଶିତ କରାଯାଇଥିବା ଡ୍ରୋନ୍‌/ୟୁଏବିକୁ ସ୍ଥଳ‌ ସେନାକୁ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଦ୍ବାରା ନିର୍ମିତ ଆଧୁନିକ ଇଲେକ୍ଟ୍ରୋନିକ ୱାରଫେୟାର ସୁଟକୁ ନେଭିକୁ ହସ୍ତାନ୍ତର କରିବେ। ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଡିଫେନ୍ସ କରିଡରରେ ୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ। 

Umasankar Adv
Leave A Reply

Your email address will not be published.