ଯାତ୍ରା ,ଅପେରା,ଡ଼୍ରାମା ପାଇଁ ମିଳିଲା ଅନୁମତି,କରୋନା କଟକଣା ମଧ୍ୟରେ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର ,ନଭେମ୍ବର 20 : ଅନେକ ଦିନ ପରେ ଯାତ୍ରା ,ଅପେରା,ଡ଼୍ରାମା ପାଇଁ ମିଳିଲା ଅନୁମତି । ଏନେଇ ଏସଆରସିଙ୍କ ପକ୍ଷରୁ ସୁଚନା ଦିଆଯାଇଛି । କରୋନା କଟକଣା ମଧ୍ୟରେ ଉତ୍ସବ ପାଳନ ନେଇ ମିଳିଲା ଅନୁମତି । ଜିଲ୍ଲାପାଳ,ଏସପି ଓ ମ୍ୟୁନିସପାଲ କମିଶନରଙ୍କ ପକ୍ଷରୁ ମଧ୍ୟ ଅନୁମତି ମିଳିବା ନିହାତି ଆବଶ୍ୟକ । ଅନଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା, ଅପେରା ଓ ଡ୍ରାମା ପାଇଁ ଜିଲ୍ଲାପାଳ, ଏସ୍ ପି କିମ୍ବା ମ୍ୟୁନିସପାଲ କମିଶନରଙ୍କ ଅନୁମତି ନେବା ଜରୁରୀ । ଖୋଲା ପଡ଼ିଆରେ ୨ ହଜାର ଲୋକ ସାମାଜିକ ଦୂରତ୍ବା ରକ୍ଷା କରିପାରିବେ।

gpkandhamal

ସମସ୍ତ କରୋନା କଟକଣା ଯଥା ସାମାଜିକ ଦୂରତା, ସାନିଟାଇଜ୍ କରିବା ,ମାସ୍କ ପିନ୍ଧିବା, ଅଳ୍ପ କିଛି ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯାଇଛି । ସୁଚନା ଅନୁସାରେ କରୋନା ଭୁତାଣୁ ର ସଂକ୍ରମଣ କାରଣରୁ ଅନେକ ଦିନରୁ ବନ୍ଦ ଥିଲା ଯାତ୍ରା ,ଡ଼୍ରାମା ଭଳି କାର୍ଯ୍ୟକ୍ରମ । ଯାହାଫଳରେ ପରିବାର ପୋଷଣ କରିବା ଏକ ପ୍ରକାର କଷ୍ଟକର ହୋଇପଡ଼ିଥିଲା । ଏହି ସବୁ କାର୍ଯ୍ୟକ୍ରମ କରିବାକୁ ସରକାରଙ୍କ ଦୃଷ୍ଟଗୋଚର କରିବା ପାଇଁ ଅନେକ ଦିନ ହେବ କଳକାରଙ୍କ ପକ୍ଷରୁ ଧାରଣା ମଧ୍ୟ ଦିଆଯାଇଥିଲା । ତେବେ ଆଜି ସେସବୁ କୁ ସରକାର ଙ୍କ ତରଫରୁ ଅନୁମତି ଦିଆଯାଇଛି ।

Umasankar Adv
Leave A Reply

Your email address will not be published.