ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦିନ-ନୂଆବର୍ଷରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌: ଆଇଆରସିଟିସି

ନୂଆଦିଲ୍ଲୀ, ନଭେମ୍ବର ୨୦ : ଇଣ୍ଡିଆନ୍‌ ରେଲୱେ କ୍ୟାଟ୍‌ରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେଶନ (ଆଇଆରସିଟିସି) ଘୋଷଣା କରିଛି ଯେ, ଯାତ୍ରୀମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ରେଳପଥର ସହଯୋଗରେ ଆଗାମୀ ବଡ଼ଦିନ ଓ ନୂଆବର୍ଷରେ କିଛି ସ୍ବତନ୍ତ୍ର ଟ୍ରେନ୍‌ ସେବା ଦିଆଯିବ। ଆଇଆରସିଟିସି ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ସ୍ବତନ୍ତ୍ର ଟ୍ରେନ୍‌ରେ ୨୦୨୧ ନଭେମ୍ବର ୨୦ରୁ ପାସେଞ୍ଜର ସଂରକ୍ଷଣ ସିଷ୍ଟମ (ପିଆରଏସ୍‌) ଓ ଆଇଆରସିଟିସି ୱେବସାଇଟ୍‌ ମାଧ୍ୟମରେ ବୁକିଂ ଆରମ୍ଭ ହୋଇଯିବ। 

ଅନ୍ୟପଟରେ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ରେଳରେ ଯାତ୍ରା ସମୟରେ ପୁଣି ଭୋଜନ ମିଳିପାରିବ। କରୋନା ଭାଇରସ ସଂକ୍ରମଣ ଯୋଗୁଁ ଏହି ସେବାକୁ ଭାରତୀୟ ରେଳବାଇ ବନ୍ଦ କରିଥିଲା। ରେଳବାଇ ବୋର୍ଡ ତରଫରୁ ଏହି ନିଷ୍ପତ୍ତି ନେଇ ଏକ ସର୍କ୍ୟୁଲାର ଜାରି କରିଛି। ଏଥିରେ କୁହାଯାଇଛି ଯେ, ରେଳବାଇ ପୁଣି ଥରେ ଭୋଜନ ପସ୍ତୁତ କରିବ। ଏତଦ୍‌ ବ୍ୟତୀତ ରେଡୀ ଟୁ ଇଟ ଭୋଜନ ମଧ୍ୟ ମିଳିବ। ଆଇଆରସିଟିସି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯାତ୍ରୀମାନଙ୍କୁ ପର୍ଯ୍ୟାୟ କ୍ରମେ ଏହି ସେବା ମିଳିବ। ଗତ ଅକ୍ଟୋବର ୧୪ ତାରିଖରେ କୁହାଯାଉଥିଲା ଯେ, ପାର୍ବଣ ପରେ ସାଧାରଣ ଖାଦ୍ୟ ସାମଗ୍ରୀ ଯାତ୍ରୀଙ୍କୁ ମିଳିବ। 

Umasankar Adv
Leave A Reply

Your email address will not be published.