ଟି-୨୦: ରୋହିତ-ରାହୁଲଙ୍କ ବ୍ୟାଟିଂ ଦେଲା ଭାରତକୁ ବିଜୟ, ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଟିମ୍‌ ଇଣ୍ଡିଆ


ରାଞ୍ଚି, ନଭେମ୍ବର ୨୦ : ଜୟପୁର ପରେ ରାଞ୍ଚିରେ ମଧ୍ୟ ଭାରତୀୟ କ୍ରିକେଟ୍‌ ଟିମ୍‌ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ରାଞ୍ଚିରେ ଭାରତୀୟ ଟିମ୍‌ ଦମଦାର ପ୍ରଦର୍ଶନ କରି ଏକତରଫା ବିଜୟର ସହିତ ଶୃଙ୍ଖଳାକୁ ନିଜ ଅଧିନକୁ ଆଣିଛି। ତିନି ମ୍ୟାଚର ଟି-୨୦ ଶୃଙ୍ଖଳାରେ ଭାରତ ୨-୦ରେ ଅଗ୍ରଣୀ ରହିଛି। ଏବେ ଭାରତ କୋଲକାତାର ଇଡେନ୍‌ ଗାର୍ଡେନରେ ରବିବାର ଖେଳାଯିବାକୁ ଥିବା ଶେଷ ମ୍ୟାଚରେ ମଧ୍ୟ ଜିତିବା ପାଇଁ ସମସ୍ତ ପ୍ରକାରର ବଳ ପ୍ରୟୋଗ କରିବ। 

ରାଞ୍ଚିରେ ଶୁକ୍ରବାର ଟସ୍‌ ଜିଣି ଭାରତର ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୫୩ ରନ୍‌ କରିଥିଲା। ଫଳରେ ଭାରତକୁ ୧୫୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

Umasankar Adv

ଭାରତର ଇନିଂସ ଆରମ୍ଭ କରିଥିଲେ ରୋହିତ ଶର୍ମା(୫୫ ରନ୍‌, ୩୬ ବଲ, ଗୋଟିଏ ଚୌକା, ୫ଛକା) ଓ କେଏଲ୍‌ ରାହୁଲ (୬୫ ରନ୍‌, ୪୯ ବଲ, ୬ଚୌକା, ୨ ଛକା)। ପ୍ରଥମ ୱକେଟରେ ୧୧୭ ରନ୍‌ ଯୋଡ଼ିଥିଲେ। ଭେଙ୍କଟେଶ ଆୟର ଓ ଋଷଭ ପନ୍ତ ଅପରାଜିତ ୧୨-୧୨ ରନ୍‌ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୨ଟି ବଲ୍‌ ସାମ୍ନା କରି ମାତ୍ର ଏକ ରନ୍‌ କରିଥିଲେ। ଭାରତ ୧୭.୩ ଓଭରରେ ମାତ୍ର ୩ଟି ୱିକେଟ୍‌ ହରାଇ ୧୫୫ ରନ୍‌ କରିଥିଲା।

Custom AMP Editor

Leave A Reply

Your email address will not be published.