ମାହାଙ୍ଗା ଡବଲ୍ ମର୍ଡର ମାମଲା: ତଦନ୍ତରେ ଅସନ୍ତୋଷ ପ୍ରକାଶ କରି CDR ରିପୋର୍ଟ ମାଗିଲେ JMFC କୋର୍ଟ

ଟେଲ୍ସ ରେକର୍ଡ ବା ସିଡିଆର ରିପୋର୍ଟ ମାଗିଛନ୍ତି କୋର୍ଟ । ଏହି ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିବା ବେଳେ ଏତଲାରେ ମଧ୍ୟ ତାଙ୍କ ନାମ ରହିଥିଲା ମାତ୍ର ମାହାଙ୍ଗା ପୋଲିସ୍ ଚାର୍ଜସିଟ୍‌ରେ ମନ୍ତ୍ରୀଙ୍କ ନାମ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ଏହି ମାମଲାରେ ପୂର୍ବରୁ କୋର୍ଟ ସାନି ତଦନ୍ତ ରିପୋର୍ଟ ମାଗିଥିବା ବେଳେ ଏପର୍ଯ୍ୟନ୍ତ ମାହାଙ୍ଗା ପୋଲିସ୍ ପକ୍ଷରୁ ତଦନ୍ତ ରିପୋର୍ଟ ଦିଆଯାଇ ନାହିଁ । ଗତ ଅଗଷ୍ଟ ମାସରୁ ଜେଏମ୍‌ଏଫସି କୋର୍ଟ ସାନି ତଦନ୍ତ ରିପୋର୍ଟ ମାଗିଥିଲେ । ତେବେ ବର୍ତ୍ତମାନ ଏହି ମାମଲାରେ ୩ ଜଣଙ୍କ ସିଡିଆର ରିପୋର୍ଟ ମାଗିଛନ୍ତି ଜେଏମ୍‌ଏଫସି କୋର୍ଟ । ମୃତ ପ୍ରଫୁଲ୍ଲ ବିଶ୍ୱାଳ ବିବାଦୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀଙ୍କ କଲ ଡିଟେଲ୍ସ ରେକର୍ଡ ମାଗିଛନ୍ତି କୋର୍ଟ ।

Leave A Reply

Your email address will not be published.