ଖୁବ୍ ଶୀଘ୍ର ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ!

କରୋନା ମହାମାରୀ କାରଣରୁ ଦୀର୍ଘ ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଥିବା ବେଳେ ଏବେ ପର୍ଯ୍ୟାୟ କ୍ରମେ ଅଫଲାଇନ୍ ପାଠପଢା ଆରମ୍ଭ ହୋଇଛି ।

ପ୍ରଥମେ ଦଶମ ଓ ପରେ ନବମ ଏହାପରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଅଫଲାଇନ୍ ପାଠପଢା ଆରମ୍ଭ ହୋଇ ପାରିନି ।

Umasankar Adv
gpkandhamal

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇବା ସହିତ ସ୍ଥିତି ସୁଧୁରିଥିବାରୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ କରିବାକୁ ଆଜି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।

କୋଭିଡ୍ କଟକଣା ମଧ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ମଧ୍ୟ ଅଫଲାଇନ୍ କ୍ଲାସ କରିବାରେ ବର୍ତ୍ତମାନ ସ୍ଥିତିରେ କୌଣସି ଅସୁବିଧା ନଥିବା କହି ରାଜ୍ୟ ସରକାରଙ୍କୁ ଏଦିଗରେ ନିଷ୍ପତି ନେବାକୁ ଚିଠି ଳେଖିଛି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।

Leave A Reply

Your email address will not be published.