ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ଟ୍ୱିନସିଟି

ଏବେ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଛି ଟ୍ୱିନସିଟି । ଆଉ କୋରାପୁଟ କନ୍ଧମାଳ ନୁହେଁ ଏବେ ଦ୍ୱତନଗରୀରେ ଖୁଲମଖୁଲା ଚାଲିଛି ଗଞ୍ଜେଇ ବ୍ୟବସାୟ ।ପ୍ରତିଦିନ ରାଜ୍ୟ ଭିତରୁ ରାଜ୍ୟ ବାହାରକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ କମିଶନରେଟ୍ ପୋଲିସ୍ ର ନିଦ ହଜାଇ ଦେଇଛନ୍ତି ଗଞ୍ଜେଇ ମାଫିଆ ।

gpkandhamal

ଆଜି କଟକରୁ ୨କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ୍ କରାଯାଇଛି । ଏହି ସବୁଜ ଜହର କୋରାପୁଟରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବାର ସୂଚନା ମିଳିଛି । ଗୋପାଳପୁର ହାଇୱେ ଉପରୁ ଅବକାରୀ ବିଭାଗ ଦ୍ୱରା ଚଢାଉ କରାଯାଇ ଏକ ପିକ୍‌ଅପ୍ ଭ୍ୟାନ ଯୋଗେ ଏହି ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଜବତ୍ କରାଯାଇଛି ।

Umasankar Adv

ଜବତ୍ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ତେବେ ଏହି ମାମଲାରେ ଏକ ପିକ୍‌ଅପ୍ ଭ୍ୟାନ ସହିତ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ୍ ।

Leave A Reply

Your email address will not be published.