ସରିତାଙ୍କ ଘରେ ବ୍ରହ୍ମ କମଳ

କନ୍ଧମାଳ :ବିଷ୍ଣୁଙ୍କ ନାଭିରୁ ଜାତ ବ୍ରହ୍ମ କମଳ ଫୁଲରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ବିରାଜମାନ କରିଥିବା ପୁରାଣ ବର୍ଣ୍ଣିତ । ଦେବପୁଷ୍ପ ପାରିଜାତ ସମତୁଲ୍ୟ ଏହି ଫୁଲ । ସୁଦୂର ହିମାଳୟ ପାର୍ବତ୍ୟମାଳାର ୧୭ହଜାର ଫୁଟ ଉଚ୍ଚତାରେ ଫୁଟୁଥିବା ଏହି ଅତ୍ୟନ୍ତ ସୁନ୍ଦର ଏବଂ ପବିତ୍ର ବ୍ରହ୍ମ କମଳ ଫୁଲ ଫୁଟିବା ସମୟରେ ସ୍ୱୟଂ ବ୍ରହ୍ମଦେବଙ୍କ ଏକ ତ୍ରିଶୂଳର ଆକୃତି ନେଇଥାଏ । ଯାହା ଘର ଅଗଣାରେ ଫୁଟେ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ପ୍ରଭୁ ବହ୍ମାଙ୍କ ଆଶୀର୍ବାଦରେ ସେ ପରିବାରରେ ସୁଖ ସଂବୃଦ୍ଧି ଭରିଯାଏ ବୋଲି ବିଶ୍ୱାସ ରହିଛି । ଏମିତି ଏକ ସୌଭାଗ୍ୟର ଅଧିକାରିଣୀ ହେଉଛନ୍ତି ଫୁଲବାଣୀ ସହରର ଶ୍ରୀମତୀ ସରିତା ମିଶ୍ର ଓ ବିଶ୍ୱ ପ୍ରକାଶ ପଣ୍ଡା । ତାଙ୍କ ବାସଭବନ ରେ ଆଜି ୫ ଟି ବ୍ରହ୍ମକମଳ ଫୁଲ ଫୁଟିଛି। ରାତି ୪ ରୁ ଫୁଲ ଦେଖିବେକୁ ଲୋକଙ୍କ ଭିଡ଼ ଜମିଥିଲା ସକାଳ ୪.୩୦ ରେ ଫୁଲକୁ ତୋଳି ସରିତା ଜଗନ୍ନାଥ ମନ୍ଦିର ଯାଇ ପ୍ରଭୂ ଜଗନ୍ନାଥ ଙ୍କୁ ଅର୍ପଣ କରିଛନ୍ତି। ପ୍ରଭୂ ଙ୍କ କୃପାରୁ ପ୍ରଥମ ଥର ତାଙ୍କ ଘରେ ବ୍ରହ୍ମକମଳ ଫୁଲ ଫୁଟିଛି ସେଥିପାଇଁ ସାରା ପାରିବାର ଓ ବନ୍ଧୁ ବର୍ଗ ଖୁସି ହୋଇଛନ୍ତି। ତେବେ ଏହି ଦୁର୍ଲଭ୍ୟ ଫୁଲଗଛ ସେ ଦୁଇ ବର୍ଷ ପୂର୍ବେ ନିଜ ଘର ବାଡ଼ିରେ ଲଗାଇଥିଲେ । ପ୍ରତ୍ୟେକ ଦିନ ଗଛର ଯତ୍ନ ନେବା ସହ ସନ୍ଧ୍ୟା ସମୟରେ ଦ୍ବୀପ ପ୍ରଜ୍ବଳନ କରି ବ୍ରହ୍ମକମଳ ଫୁଲ ଗଛରୁ ଫୁଲ ଫୁଟିଲେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବେ ବୋଲି ମାନସିକ ମଧ୍ୟ କରିଥିଲେ।   ଗତକାଲି ରାତିରେ ୫ ଗୋଟି ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ଉକ୍ତ ଫୁଲକୁ ସାହିର ଅନେକ ମହିଳା ଓ ପୁରୁଷଙ୍କ ଦର୍ଶନ ପାଇଁ ଭିଡ ଜମିଥିବା ବେଳେ ପୂଜାର୍ଚ୍ଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ତେବେ କୁହାଯାଇଥାଏ ଯେ ବ୍ରହ୍ମ କମଳ ବର୍ଷକୁ ଥରେ କେବଳ ଗୋଟିଏ ରାତିରେ ଫୁଟିଥାଏ। ମଧ୍ୟରାତ୍ରିରେ ଫୁଟୁଥିବା ଏହି ଫୁଲ ସକାଳେ ଝାଉଁଳି ପଡ଼ିଥାଏ। ବ୍ରହ୍ମ କମଳର ଜୀବନ ସୀମା କେବଳ ୫ରୁ ୬ମାସ ଯାଏଁ ହୋଇଥାଏ। ବ୍ରହ୍ମ କମଳରେ ଧାର୍ମିକ ଲୋକଙ୍କର ବିଶେଷ ମହତ୍ତ୍ବ ରହିଥାଏ। ତାଛଡ଼ା ହିମାଳୟରେ ଫୁଟୁଥିବା ଏହି ଫୁଲକୁ ଫୁଲର ସମ୍ରାଟ କୁହାଯାଇଥାଏ। ଶାସ୍ତ୍ରରେ ଏପରି ବିଶ୍ବାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ଫୁଲକୁ ରାତିରେ ଫୁଟୁଥିବା ସମୟରେ ଦେଖି ଦେଇଥାଆନ୍ତି ତେବେ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଫୁଲର ନାଁ ହେଉଛି ବ୍ରହ୍ମ କମଳ ବା ପାରିଜାତ ଫୁଲ। ବ୍ରହ୍ମ କମଳର ଅର୍ଥ ହେଉଛି ବ୍ରହ୍ମାଙ୍କ କମଳ। ଏହି ଫୁଲ ମଧ୍ୟରାତ୍ରିରେ ଫୁଟିଥାଏ ଏବଂ ଏହାକୁ ଦେଖିବା ଦିବାସ୍ବପ୍ନ ସମାନ ହୋଇଥାଏ। ବ୍ରହ୍ମ କମଳ ମାଆ ନନ୍ଦାଙ୍କ ପ୍ରିୟ ଫୁଲ ବୋଲି କୁହାଯାଇଥାଏ।

Leave A Reply

Your email address will not be published.