ନବୀନ ଆସୁଛନ୍ତି କନ୍ଧମାଳକୁ

କନ୍ଧମାଳ :- ଆସନ୍ତା କାଲି କନ୍ଧମାଳ ଗସ୍ତରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଜିଲ୍ଲା ବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରିବା ସହିତ ୩୦୦ କୋଟି ଟଙ୍କା ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ । ଦିନ ୧୧ଟା ସମୟରେ ଫୁଲବାଣୀ ମିନି ଷ୍ଟାଡିୟମରେ ହେଲିକପ୍ଟର ଯୋଗେ ପହଞ୍ଚିବେ ଏବଂ ୧୧ଟା ୩୦ମିନିଟ ରୁ ୧୨ଟା୨୫ ମିନିଟ ଭିତରେ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ଓ ସମସ୍ତ କାର୍ଯ୍ୟକ୍ରମ ଶେଷ ହେବାପରେ ଫେରିଯିବେ ମୁଖ୍ୟମନ୍ତ୍ରୀ । ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦିଗରେ କନ୍ଧମାଳ ଜିଲ୍ଲାର ୧ଲକ୍ଷ୬୭ ହଜାର ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନ କରାଯିବ । ତେବେ ଏହି ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପଂଚାୟତରାଜ ମନ୍ତ୍ରୀ ଶ୍ରଯୁକ୍ତ ପ୍ରତାପ ଜେନା , କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଗୁଆ ଆସି ତଦାରଖ କରୁଛନ୍ତି। କନ୍ଧମାଳ ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକରାଯାଉଛି।ବିକ୍ରମ ଆରୁଖ ସମତେ ୮ ଜଣ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ପ୍ରାୟ ୧୩ ପ୍ଲାଟୁନ ପୋଲିସ ଫୋର୍ସ, ବହୁ ପରିମାଣରେ ଡି ଏସ୍ ପି, ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, ଏ ଏସ୍ ଆଇ ମୁତୟନ ହୋଇଥିବା ବେଳେ ଏସ୍ ଓ ଜି ଟିମ୍ , ଡି ଭି ଏଫ୍ ସି ଆର୍ ପି ଏଫ୍ ଜୱାନ ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି । କିଛି ସାଧା ପୋଷାକଧାରୀ ପୋଲିସ ଓ ଗୁଇନ୍ଦା ବିଭାଗ ଅଧିକାରୀ ମାନେ ମୁତୟନ ହୋଇଛନ୍ତି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.