ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଆଇସିଡିଏସ ସୁପରଭାଇଜର

ନୂଆପଡା, ନଭେମ୍ବର ୨୨ : ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ନୂଆପଡା ଜିଲ୍ଲା ସିୁନାପାଲି ବ୍ଲକ ଆଇସିଡିଏସ ସୁପରଭାଇଜର ହର୍ଷମଣି ଦେଇ । ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ତେବେ ଅଙ୍ଗନବାଡି ନିୟୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଜଣାପଡିଛି । ଏହାସହିତ ତାଙ୍କ ନିଜ ଘରସମେତ ଭଡାଘର ଓ ଅଫିସରେ ଚଢାଉ ଜାରି ରହିଛି ।  ତେବେ ଏହି ଚଢାଉରେ ନୂଆପଡା, ମାଲକାନଗିରି, ନବରଙ୍ଗପୁର, ଜୟପୁର ଭିଜିଲାନ୍ସ ଟିମ୍ ସାମିଲ ରହିଛନ୍ତି । ତେବେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ସୁପରଭାଇଜର ୧ ଲକ୍ଷ ଟଙ୍କା ମାଗିଥିଲେ । ମାତ୍ର ପରେ ମୂଳଚାଲ କରି ୮୦ ହଜାର ଟଙ୍କା ଦେବାକୁ ଅଭିଯୋଗକାରୀ ହୋଇଥିଲେ । 

gpkandhamal

ସୋମବାର ସକାଳେ ସିନାପାଲି ବସଷ୍ଟାଣ୍ଡରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଆଉ ଲାଞ୍ଚ ନେଉଥିବା ବେଳେ ୮୦ ହଜାର ଟଙ୍କା ଜବତ କରାଯାଇଛି । ଏହାସହିତ ତାଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।  

Umasankar Adv
Leave A Reply

Your email address will not be published.