ଅଭିନନ୍ଦନଙ୍କୁ ମିଳିଲା “ବୀର ଚକ୍ର” ସମ୍ମାନ

ନୂଆଦିଲ୍ଲୀ ,ନଭେମ୍ବର 22: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ମିଳିଲା “ବୀର ଚକ୍ର” ପୁରସ୍କାର । ରାଷ୍ଟ୍ରପତି ଭବନରେ ନିଜ ସାହାସିକତା ପାଇଁ ଏହି ସମ୍ମାନରେ ସମ୍ମାନିତ ହେଲେ ଅଭିନନ୍ଦନ । ଗତ ୨୦୧୯ ମସିହା ଫେବୃଆରୀ ୨୭ରେ ସେ ମିଗ-୨୧ ଏୟାରକ୍ରାଫ୍ଟରେ ଲଢ଼େଇ କରି ପ୍ରତିପକ୍ଷଙ୍କ ଜେଟକୁ ଧ୍ୱଂସ କରିଦେଇଥିଲେ । ଏହି ଘଟଣା ପରେ ପାକିସ୍ତାନୀ ଏୟାରଫୋର୍ସ ପକ୍ଷରୁ ଅଭିନନ୍ଦନଙ୍କ ଉପରେ ହମଲା କରାଯାଇଥିଲା ।  ଫଳରେ ସେ ପାକିସ୍ତାନ ସୀମାରେ ଖସିପଡ଼ିଥିଲେ ଓ ତାଙ୍କୁ ଗିରଫ କରାଯାଇଥିଲା ।

gpkandhamal

କିନ୍ତୁ ଏହି କଠିନ ପରିସ୍ଥିତିର ଦୃଢ ମୁକାବିଲା କରିଥିଲେ ଅଭିନନ୍ଦନ ଆଉ ନିଜ ଦେଶକୁ ଫେରିଥିଲେ । ପୂର୍ବରୁ ତାଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ୍ କ୍ୟାପ୍‌ଟେନ୍ ପଦକୁ ପ୍ରମୋସନ ଦିଆଯାଇଥିଲା । 

Umasankar Adv
Leave A Reply

Your email address will not be published.