ଟ୍ରାଙ୍କୁଲାଇଜ୍ କରିବା ବେଳେ ହାତୀ ଆକ୍ରମଣ

ଖୋର୍ଦ୍ଧା, ନଭେମ୍ବର ୨୨ : ଟ୍ରାଙ୍କୁଲାଇଜ୍ କରିବା ସମୟରେ ହାତୀ ଆକ୍ରମଣ । ଫଳରେ ୩ ଜଣ ବନ କର୍ମଚାରୀ ଗୁରତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ  ଭୁବନେଶ୍ୱର ଏନ୍ସରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ରେଞ୍ଜ ଗୟାବନ୍ଧ ନିକଟରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଉଥିଲା । ଆଉ ଏହି ସମୟରେ ହାତୀ ଆକ୍ରମଣ କରିଥିଲା । ତେବେ ୩ ବନ କର୍ମଚାରୀଙ୍କୁ ସେଠାରୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହାତୀ । ସଞ୍ଜ ହେଲେ ଗାଁ ଦାଣ୍ଡରେ ପଶୁଛନ୍ତି । ଏହାସହିତ ଧନଜୀବନ କ୍ଷତି ଘଟାଉଛନ୍ତି । ମାତ୍ର ହାତୀ ଦୁହିଁଙ୍କୁ ବନବିଭାଗ ଆୟତ୍ତ କରିପାରୁନଥିଲେ । ମାତ୍ର ଏହି ସମସ୍ୟାର ସମାଧାନ ପାଇଁ ଜଙ୍ଗଲୀ ହାତୀଙ୍କୁ ପ୍ରଥମ ଥର ପାଇଁ ‘ରେଡିଓ କୋଲାରିଙ୍ଗ’ କରାଯାଉଥିଲା । ଯାହା ଫଳରେ ହାତୀମାନଙ୍କ ଗତିବିଧିକୁ ସହଜରେ ଟ୍ରାକ କରାଯାଇପାରିବ । 

gpkandhamal

ସେହିପରି ଓଡିଶାରେ ପ୍ରଥମ ଥର ପାଇଁ ଚନ୍ଦକା ଜଙ୍ଗଲୀ ହାତୀ ଶରୀରରେ ଲଗାଯିବ । ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ବେଙ୍ଗଲୁରରୁ ଏକ ଟିମ୍ ଆସିଛନ୍ତି । ହାତୀକୁ ଟ୍ରାଙ୍ଗୁଲାଇଜ୍ କରାଯାଇ ଏହାକୁ ଲାଗିଯିବ ବୋଲି ଜଣାପଡିଛି । ଯାହା ଫଳରେ ଗାଁ ଦାଣ୍ଡରେ ହାତୀ ପ୍ରବେଶ କରିବା ପୂର୍ବରୁ ବନବିଭାଗ ନାଇଟ ପେଟ୍ରୋଲିଙ୍ଗ ଟିମ ଜାଣିପାରିବ ଏବଂ ହାତୀଙ୍କୁ ଘଉଡାଇ ପାରିବ ।  ତେବେ ଏହି ହାତୀ ଖୋର୍ଦ୍ଧା ଅଞ୍ଚଳରେ ଅଛି ବୋଲି ଚନ୍ଦକା ବନବିଭାଗ ସ୍ପଷ୍ଟ କରିଛି । 

Umasankar Adv
Leave A Reply

Your email address will not be published.