ଗାଁରେ ହାତୀ ଆତଙ୍କ

ସୁବର୍ଣ୍ଣପୁର, ନଭେମ୍ବର ୨୨ : ପୁଣି ଦେଖିବାକୁ ମିଳିଛି ହାତୀ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜକୁ ହାତୀ ପଶି ଆସିଥିବା ଜଣାପଡିଛି । ଜିଲ୍ଲାର ଦୋପାଲି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଗାଁ ଭିତରେ ପଶି ୭ଟି ଘର ଭାଙ୍ଗି ଦେବା ସହିତ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି ।  ବିଳମ୍ବିତ ରାତିରେ ହାତୀ ଗାଁରେ ପଶିଥିଲା । ତେବେ ସ୍ଥାନୀୟ ବାରପାହାଡ ଜଙ୍ଗଲରୁ ହାତୀ ପଲ ଆସି ଗାଁରେ ସାରା ରାତି ଉତ୍ପାତ କରିଥିଲେ । ମାତ୍ର ଏବେ ବି ହାତୀ ପଲ ଗାଁ ପାଖ ଜଙ୍ଗଲରେ ରହିଛନ୍ତି । 

gpkandhamal

ତେବେ ହାତୀ ପଲକୁ ଦେଖି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ଗାଁରେ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଶ ପାଇଛି । ତେବେ ତରନ୍ତ ବନବିଭାଗ ଆସି ହାତୀ ଘଉଡାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Umasankar Adv
Leave A Reply

Your email address will not be published.