୪୮ ଘଣ୍ଟା ପରେ ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ୱର, ନଭେମ୍ବର ୨୨ : ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ମେଘୁଆ ପାଗ ରହିଛି । ଯାହା ଫଳରେ ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଉନାହିଁ । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ ଡିଗ୍ରୀ ଅଧିକ ରହିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୮.୨ ଡିଗ୍ରୀ ସେଲସିୟସ୍ ଅଧିକ ରହିଛି ।  ସେହିପରି ଭବାନୀପାଟଣାରେ ୬.୯ ଡିଗ୍ରୀ ସେଲସିୟସ୍‌, ସମ୍ବଲପୁରଠାରେ ୫.୯ ଡିଗ୍ରୀ ଓ ଭୁବନେଶ୍ୱରରେ ୪.୨ ଡିଗ୍ରୀ ସେଲସିୟସ ଲେଖାଏଁ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟର ଅଧିକାଂଶ ସ୍ଥାନ ପାଗ ମେଘୁଆ ରହିଥିବା ବେଳେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 

gpkandhamal

ଏହାସହିତ ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ରହିବା ପରେ ୨୪ ତାରିଖ ଆଡକୁ ପାଗରେ ପରିବର୍ତ୍ତନ ହେବ ଓ ପାଗ ଖରାଟିଆ ରହିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହି ଦୁଇ ଦିନରେ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।  

Umasankar Adv
Leave A Reply

Your email address will not be published.