ଭିଜିଲାନ୍ସ ଜାଲରେ ଅତିରିକ୍ତ ଡିଏସଡବ୍ଲୁଓ

ବରଗଡ, ନଭେମ୍ବର ୨୩ : ଭିଜିଲାନ୍ସ ଜାଲରେ ବଗରଡ ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁ । ଏକକାଳୀନ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାୁ ଜାରି ରହିଛି । ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବରଗଡ ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁଙ୍କ ଘରେ ରେଡ କରାଯାଉଛି । ବରଗଡ ସ୍ଥିତ ତାଙ୍କ ସରକାରୀ ଅଫିସ ଓ ବରପାଲି ବାସଭବନରେ ଏକାକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଉଛି । ଏହି ଚଢାଉରେ ସମ୍ବଲପୁର ଓ ବରଗଡ ଭିଜିଲାନ୍ସର ଦୁଇଟି ଟିମ୍ ସାମିଲ ହୋଇଛନ୍ତି । 

gpkandhamal

ସେପଟେ ତନ୍ଦ୍ରାଙ୍କ  ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଉଛି । ଏହାସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ତେବେ କେତେ ସମ୍ପତ୍ତି ଜବତ ହୋଇ ତାହା ସଠିକ ଭାବେ ଜଣାପଡିନାହିଁ । 

Umasankar Adv
Leave A Reply

Your email address will not be published.