ଆମାଜନ୍‌-ଫ୍ଲିପ୍‌କାର୍ଟ ସମେତ ଏହି ୫ଟି ଇ-କମର୍ସ କଂପାନୀକୁ ବଡ଼ ଝଟକା

ନୂଆଦିଲ୍ଳୀ, ନଭେମ୍ବର ୨୩ : କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ କର୍ତ୍ତୃପକ୍ଷ (ସିସିପିଏ) ଆମାଜନ, ଫ୍ଲିପ୍‌କାର୍ଟ ଓ ପେଟିଏମ୍‌ମଲ ସମେତ ୫ ଇ-କମର୍ସ ଓ ଅନେକ ବିକ୍ରେତାଙ୍କୁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌)ର ମାନକ ଅଧୀନରେ ଆସୁନଥିବା ପ୍ରେସର୍‌ କୁକର ବିକ୍ରି ନେଇ ନୋଟିସ୍‌ ପଠାଇଛି।  ସିସିପିଏ ଗତ ୧୮ ତାରିଖରେ ଏହି ଇ-କମର୍ସ କଂପାନୀ ଓ ଏହାର ପ୍ଲାଟଫର୍ମ ଉପରେ ପ୍ରେସର କୁକର ବିକେତ୍ରାଙ୍କୁ ନୋଟିସ ଜାରି କରିଛି। ବିଆଇଏସ ମାନକ ଅଧିନରେ ଆସୁ ନଥିବାରୁ ଏହି ନୋଟିସ ପଠାଯାଇଛି। ଉପଭୋକ୍ତା ମାମଲାର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ, ଏହି ମାମଲାରେ ସିସିପିଏ  ନିଜ ତରଫରୁ କଂପାନୀକୁ ନୋଟିସ ଜାରି କରିଛି। 

gpkandhamal

ସିସିପିଏ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଡିଫେକ୍ଟ କ୍ବାଲିଟି ତଥା ନକଲି ଉତ୍ପାଦ ବିରୋଧରେ ଦେଶବ୍ୟାପୀ ଅଭିଯାନ ଚଳାଇଛି। ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, କୌଣସି ଇ-କମର୍ସ କଂପାନୀ ମାନକ ପୂରା ନକରି କେମିତି ଜିନିଷପତ୍ର ବିକ୍ରି କରିପାରୁଛି। ତେଣୁ ଦାୟିତ୍ବବାନ ହୋଇ ବ୍ୟବସାୟ କରାଯିବ ଉଚିତ।  

Umasankar Adv
Leave A Reply

Your email address will not be published.