ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ଶ୍ରମିକ

ବଲାଙ୍ଗିର, ନଭେମ୍ବର ୨୩ : ଅଧିକ ଟଙ୍କାର ଲୋଭ ଦେଖାଇ ବାହାର ରାଜ୍ୟକୁ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିଲା । ଆଉ ଏହି ସମୟରେ ଚଢାଉ କରି ୧୭ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ରାଜ୍ୟ ବାହାରକୁ ଏହି ଦାଦନ ଶ୍ରମିକମାନେ ଯିବା ବେଳେ ଦନ୍ଦରା ଗାଁ ନିକଟରୁ ସେମାନଙ୍କୁ ପୋଲିସ ଉଦ୍ଧାର କରିଛି । ଏହାସହିତ ଦାଦନର ସର୍ଦ୍ଦାରକୁ ବଙ୍ଗୋମୁଣ୍ଡା ପୋଲିସ ଅଟକ ମଧ୍ୟ ରଖିଛି । 

gpkandhamal

ସୂଚନା ଅନୁସାରେ, ଦାଦନ ଶ୍ରମିକମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଉଥିଲେ । ଏହି ସମୟରେ ବଙ୍ଗୋମୁଣ୍ଡା ପୋଲିସ ପେଟ୍ରୋଲିଂ କରିଥିବା ସହ ସେଠାରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ୧୭ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି ।ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର । ସେମାନେ ଗୋଟିଏ ବୋଲେରୋ ଓ ଅଟୋ ଯୋଗେ କଣ୍ଟାବାଞ୍ଜି ଯାଉଥିଲେ । ଶ୍ରମିକମାନଙ୍କ ମଧ୍ୟରେ ୫ ଜଣ ପୁରୁଷ, ୮ ମହିଳା ଓ ୪ ଜଣ ଶିଶୁ ରହିଛନ୍ତି । 

Umasankar Adv
Leave A Reply

Your email address will not be published.