ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୨୧୨ କରୋନା ସଂକ୍ରମିତ

ଭୁବନେଶ୍ୱର, ନଭେମ୍ବର ୨୩ : ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୭୩୮୬ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ରହିଛନ୍ତି ୭୦ ଜଣ ।  ଆଜି ବାଲେଶ୍ୱରରୁ ୩, ଭଦ୍ରକରୁ ୧, ବୋଦ୍ଧରୁ ୧, କଟକରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩, ଯାଜପୁରରୁ ୮, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧାରୁ ୯୦, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୩, ନୟାଗଡାରୁ ୧, ପୁରୀରୁ ୯, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୩୯ ଓ ଷ୍ଟେଟ ପୁଲରୁ ୨୨ ଜଣ ରହିଛନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ ୧୦୪୭୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୨୬ଟିଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୬୫୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।  

Leave A Reply

Your email address will not be published.