ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ୱର, ନଭେମ୍ବର ୨୩ : ମଙ୍ଗଳବାର ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଭର୍ଚୁଆଲ୍ ପ୍ଲାଟ୍ ଫର୍ମରେ କ୍ୟାବିନେଟ୍ ବୈଠକ ହେବ । ତେବେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌କୁ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ର ଅନୁମୋଦନ ମିଳିବ ବୋଲି ଜଣାପଡିଛି । ସେହିପରି ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନ ଡିସେମ୍ବର ୧ ତାରିଖରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ । ଏବା ବ୍ୟତୀତ କ୍ୟାବିନେଟ୍‌ରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ବାବନା ରହିଛି । 

gpkandhamal

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍ ଫର୍ମରେ ପ୍ରଥମେ ମନ୍ତ୍ରୀ ଫରିଷଦ ଏବଂ ପରେ କ୍ୟାବିନେଟ୍ ବୈଠକ ହେବ । ମନ୍ତ୍ରୀମାନେ ଲୋକସେବା ଭବନ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଡି ହେବେ । 

Umasankar Adv
Leave A Reply

Your email address will not be published.