ଆରଜେଡି କାର୍ଯ୍ୟାଳୟରେ ବିଶାଳ ଲଣ୍ଠନ ସ୍ଥାପିତ

ପାଟଣା, ନଭେମ୍ବର ୨୩ : ବିହାର ଉପନିର୍ବାଚନରେ ଆରଜେଡି ଯଦିଓ ଉଭୟ ସିଟରେ ହାରିଯାଇଛି, କିନ୍ତୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କର୍ମୀମାନଙ୍କ ମଧ୍ୟରେ ଉତ୍ସାହ କମି ନାହିଁ। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆରଜେଡିର ନିର୍ବାଚନ ଚିହ୍ନ ‘ଲଣ୍ଠନ’ ପ୍ରତିଷ୍ଠା କରାଯାଇଛି। ଏହାର ଓଜନ ୬ଟନ୍‌। ଏହି ଲଣ୍ଠନ ରାଜସ୍ଥାନର ପଥରରେ ତିଆରି ହୋଇଛି। ଏହାକୁ ଦଳୀୟ ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ଦ୍ବାରରେ ପ୍ରତିଷ୍ଠା କରାଯାଇଛି। 

gpkandhamal

ଗୋଖାଦ୍ୟ ଦୁର୍ନୀତି ମାମଲାରେ ପାଟଣାର ସ୍ବତନ୍ତ୍ର ସିବିଆଇ ଅଦାଲତ ଦ୍ବାରା ସମନ କରାଯାଇଥିବାରୁ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ନଭେମ୍ବର ୨୩ରେ ପାଟଣାରେ ରହିବେ ଏବଂ କୋର୍ଟରେ ହାଜର ହେବେ। କୁହାଯାଛି ଯେ, ନଭେମ୍ବର ୨୩ ଅଥବା ୨୪ ତାରିଖରେ ଲାଲୁ ପ୍ରସାଦ ଯାଦବ ଏହି ଲଣ୍ଠନକୁ ଉଦଘାଟନ କରିବେ। 

Umasankar Adv

ବିଶାଳ ଲଣ୍ଠନର ନିର୍ମାଣ କରାଯିବା ନେଇ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, ଏନଡିଏ ସରକାର ବିହାରର ଭବିଷ୍ୟତକୁ ଅନ୍ଧକାରରେ ରଖିଚି। ଏହି କାରଣରୁ ତେଜସ୍ବୀ ଯାଦବ ରାଜ୍ୟରେ ଆଲୋକ ଦେଖାଇବା ପାଇଁ ଏହି ଲଣ୍ଠନକୁ ପ୍ରତିଷ୍ଠା କରିଛନ୍ତି। ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ଏହା ବିହାରକୁ ଫେରିବାକୁ ଥିବା ଆଲୋକର ପ୍ରତୀକ। 

Leave A Reply

Your email address will not be published.