୪ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳରେ ଆଗାମୀ ୫ ଦିନ ପ୍ରବଳ ବର୍ଷା ଆଶଙ୍କା

ନୂଆଦିଲ୍ଲୀ, ନଭେମ୍ବର ୨୪ : ଭାରତୀୟ ପାଣିପାଗ ବିଭାଗ କେରଳ ସମେତ ୪ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି। ଏହାକୁ ନେଇ ପାଣିପାଗ ବିଭାଗ ସର୍ତକ ସୂଚନା ଜାରି କରିଛି। ସୂଚନାଯୋଗ୍ୟ ନିକଟରେ ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ଦେଖାଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ଚାଷ ଜମି ଓ ବଗିଚା ନଷ୍ଟ ହୋଇଥିଲା। ରାସ୍ତାଘାଟ ଭାଙ୍ଗିଯିବା ସହିତ ବୁଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା। 

gpkandhamal

ତେବେ ଆଗାମୀ ୫ ଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ ପୁଣି ଥରେ ତାମିଲନାଡୁ, କର୍ଣ୍ଣାଟକ, କେରଳ ଓ ଆନ୍ଧ୍ରପ୍ରଦେଶକୁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ନଭେମ୍ବର ୨୫ରୁ ୨୭ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ।  

Umasankar Adv
Leave A Reply

Your email address will not be published.