ଜାରି ରହିଛି ଅପରେସନ୍ ଗ୍ରୀନ୍ କ୍ଲିନ୍‌

ଚିତ୍ରକୋଣ୍ଡା, ନଭେମ୍ବର ୨୪ : ଅପରେସନ୍ ଗ୍ରୀନ୍ କ୍ଲିନ ଜାରି ରହିଛି । ଏହି ଗ୍ରୀନ କ୍ଲିନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିପୁଳ ପରିମାଣରେ ଗଞ୍ଜେଇ ଗଛକୁ କାଟି ଚିତ୍ରକୋଣ୍ଡା ପୋଲିସ ଓ ଅବକାରୀ ବିଭାଗ ସଫା କରିଛି । ସୂଚନା ଅନୁସାରେ, ଚିତ୍ରକୋଣ୍ଡା ପାହାଡିଆ ଅଞ୍ଚଳକରେ ଏହି ଗଞ୍ଜେଇ ଚାଷ ହୋଇଥିଲା । ତେବେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରଗୁଡା ପଞ୍ଚାୟତର କମାରଗୁଡା, ବଡପୁଟ ଅଞ୍ଚଳରେ ୯୨ ଏକର ପାହାଡିଆ ଚାଷ ଜମିରେ ଚାଲୁଥିବା ୧ ଲକ୍ଷ ୩୮ ହଜାର ଟଙ୍କାର ଗଞ୍ଜେଇ ଗଛକୁ ସମ୍‌ୂର୍ଣ୍ଣ ଭାବେ ନଷ୍ଟ କରି ଦିଆଯାଇଛି । ଯାହାର ମୂଲ୍ୟ ୧୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଚିତ୍ରକୋଣ୍ଡା ପୋଲିସ ସୂଚନା ଦେଇଛି । 

gpkandhamal

ତେବେ ରାଜ୍ୟରେ ପ୍ରତିଦିନ ଗଞ୍ଜେଇ ଜବତ କରାଯାଉଛି । ଯାହା ଫଳରେ ରାଜ୍ୟରେ ଆଗାମୀ ଦିନରେ ଗଞ୍ଜେଇ ମୁକ୍ତ ଅଭିଯାନ ପାଇଁ ଆରମ୍ଭ ହୋଇଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । ଏହାକୁ ପୋଲିସ ଆରମ୍ଭ କରିଛି । ତେବେ ଅଭିଯାନ ଆଗକୁ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା । 

Umasankar Adv
Leave A Reply

Your email address will not be published.