ରାଜ୍ୟରେ ୩ ଜଣଙ୍କ ମୁଣ୍ଡ ନେଲା କରୋନା ମହାମାରୀ

ଭୁବନେଶ୍ୱର, ନଭେମ୍ବର ୨୪ : ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ଗତ ୨ ଦିନ ହେଲା ସଂକ୍ରମଣ ସାମନ୍ୟ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩୯୯କୁ ବୃଦ୍ଧି ପାଇଛି ।  ତେବେ ଆଜି ୨ ଜିଲ୍ଲାରୁ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଜଗତସିଂହପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ଆଜି ବୃଦ୍ଧି ଘଟିଛି ଯାହାକୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିବାରେ ଲାଗିଲାଣି ।   

gpkandhamal

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୬୭୪ ଜଣ କରୋନା ଆ କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୨୧ଟି ଆକ୍ଟିଭ୍ କେସ ରହିଥିବା ବେଳେ ୧୦୩୭୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । 

Umasankar Adv
Leave A Reply

Your email address will not be published.