ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ କାଶ୍ମୀର ଦେଲା ମୃତ୍ୟୁ ଧମକ

ନୁଆଦିଲ୍ଲୀ, ନଭେମ୍ବର ୨୪ : ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଆଇଏସଆଇଏସ କାଶ୍ମୀରରୁ ମୃତ୍ୟୁ ଧମକ ମିଳୁଛି। ଏ ସମ୍ପର୍କରେ ସୂଚନା ଦେଇ ଡିସିପି କେନ୍ଦ୍ରୀୟ ଶ୍ୱେତା ଚୌହାନ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି। ସାଂସଦ ଗୌତମ ଗମ୍ଭୀରଙ୍କ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି। ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୯.୩୦ ସମୟରେ ଆଇଏସ୍ କାଶ୍ମୀର ଗୌତମ ଗମ୍ଭୀରଙ୍କୁ ତାଙ୍କ ଅଫିସିଆଲ୍ ଇ-ମେଲରେ ଏକ ଧମକପୂର୍ଣ୍ଣ ମେଲ୍ ପଠାଇଥିଲା। ଏହି ମେଲରେ ତାଙ୍କୁ କୁହାଯାଇଥିଲା ଯେ ଆମେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହତ୍ୟା କରିବୁ ।

gpkandhamal

ଏହି ଇ-ମେଲ ପାଇବା ପରେ ଗମ୍ଭୀର ପୋଲିସ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ। ବର୍ତ୍ତମାନ ଏହି ମାମଲାର ତଦନ୍ତ ଦିଲ୍ଲୀ ପୋଲିସର ସାଇବର ସେଲକୁ ହସ୍ତାନ୍ତର କରାଯାଇଛି। କେବଳ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ, ଏହା ସ୍ପଷ୍ଟ ହେବ ଯେ ଏହା ପ୍ରକୃତରେ ଏକ ବିପଦପୂର୍ଣ୍ଣ ମେଲ୍ କେଉଂଠୁ ବା କାହା ନିକଟରୁ ଆସିଛି ।

Umasankar Adv
Leave A Reply

Your email address will not be published.