ପୁରି ଗସ୍ତରେ ଯାଉଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିରେ ଅଣ୍ଡା ମାଡ କଲେ ବିରୋଧୀ

ମାଳତିପାଟପୁର, ନଭେମ୍ବର ୨୪: ପୁରୀର ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସମାରୋହରେ ଯୋଗଦେବାକୁ ଯାଉଥିବାବେଳେ ମାଳତିପାଟପୁର ନିକଟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିରେ ଅଣ୍ଡା ମାଡ କରିଛନ୍ତି ବିରୋଧୀ। ଆଜି ଏକ ଭବ୍ୟ ଆୟୋଜନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୂଳଦୁଆ ପକାଇବେ।

gpkandhamal

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ଦ୍ଧାରିତ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ, ଯେଉଁମାନେ ଏହି ପ୍ରକଳ୍ପ ପାଇଁ ନିଜ ଜମି ଦେଇଛନ୍ତି, ସେମାନଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତୀ । ଏହି ପ୍ରକଳ୍ପ ଅଧୀନରେ ଜଗନ୍ନାଥ ମନ୍ଦିର ଚାରିପାଖରେ ଏକ ସବୁଜ କରିଡର ପ୍ରତିଷ୍ଠା ହେବ ଏବଂ ଏହାର ଆଖପାଖକୁ ସୌନ୍ଦର୍ଯ୍ୟକରଣ କରାଯିବ । ଭକ୍ତଙ୍କ ପାଇଁ ଏହି ମନ୍ଦିର ଖୋଲା ରହିବ, ଯେଉଁମାନେ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ସଂହଦ୍ୱାରରରେ କିମ୍ବା ପୂର୍ବ ଫାଟକକୁ ପ୍ରବେଶ ଏବଂ ପ୍ରସ୍ଥାନ ଭାବରେ ପ୍ରବେଶ କରିବାକୁ ପଡିବ ।

Umasankar Adv
Leave A Reply

Your email address will not be published.