କରୋନା ଟିକାର ଉଭୟ ଡୋଜ୍‌ ନେଇଥିଲେ ଏଠାରେ ମଦ ଦୋକାନରେ ମିଳୁଛି ୧୦ ପ୍ରତିଶତ ରିହାତି!

ଭୋପାଳ, ନଭେମ୍ବର ୨୪ : କରୋନା ଟିକାକରଣକୁ ପ୍ରୋତ୍ସାହିତ କରିବା ଲାଗି ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲା ପ୍ରଶାସନ ଏକ ବଡ଼ ଘୋଷଣା କରିଛି। ଏଥିରେ କୁହାଯାଇଛି ଯେ, କରୋନା ଟିକାର ଉଭୟ ଡୋଜ ନେଇଥିବା ଲୋକଙ୍କୁ ୧୦ ପ୍ରତିଶତ ରିହାତିରେ ମଦ ଦିଆଯିବ। ମାତ୍ର ଏଥି ପାଇଁ ବ୍ୟକ୍ତିଙ୍କୁ ଟିକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, କୋଭିଡ-୧୯ରେ ସହଯୋଗ କରିବା ତଥା ଉଭୟ ଡୋଜର ପ୍ରମାଣପତ୍ର ପ୍ରସ୍ତୁତ କଲେ ଦେଶୀ ମଦ ଦୋକାନରେ ୧୦ ପ୍ରତିଶତ ରିହାତି ମିଳିବ। 

gpkandhamal

ମନ୍ଦସୌର ଜିଲ୍ଲା ଅବକାରୀ ଅଧିକାରୀ ଅନିଲ ସଚାନ କହିଛନ୍ତି ଯେ, କୋଭିଡ-୧୯ ଟିକାର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି ପ୍ରମାଣପତ୍ର ଦେଖାଇଲେ ୧୦ ପ୍ରତିଶତ ରିହାତି ଦରରେ ମଦ ମିଳିବ। ଏହି ରିହାତି ସୀତାମଉ ଫାଟକ, ଭୁନିୟାଖେଡି ଓ ପୁରୁଣା ବସଷ୍ଟାଣ୍ଡସ୍ଥିତ ମଦ ଦୋକାନରେ ଲାଗୁ କରାଯାଇଛି। 

Umasankar Adv
Leave A Reply

Your email address will not be published.