କୋଭିଡ୍ କଟକଣା ଭିତରେ ଚାଲିବ ବିଧାନସଭା

ଭୁୁବନେଶ୍ୱର, ନଭେମ୍ବର ୨୫ : ଏଥର କୋଭିଡ କଟକଣା ଭି ତରେ ଚାଲିବ ବିଧାନସଭା । କୋଭ୍‌ଡ କଟକଣା ମାନି ବିଧାନସଭା ଚାଲିବାକୁ ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତେବେ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସେହିପରି ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ ଗ୍ୟାଲେରୀ, ଲୋକସେବା ଭବନରୁ ଯୋଗ ଦେଇପାରିବେ ବୋଲି ବାଚସ୍ପତି କହିଛନ୍ତି । ସମସ୍ତ ବିଧାୟକ, ବିଧାୟିକା, କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର ଟେଷ୍ଟ କରାଯିବ । 

gpkandhamal

ତେବେ ଆସନ୍ତା ୨୮, ୨୯ ଓ ୩୦ ତାରିଖରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ଆଣ୍ଟିବଡି ଓ କୋଭିଡ ଟେଷ୍ଟ କରାଯିବ । ସ୍ୱାସ୍ଥ୍ୟ ବିଭାଗର ସଚିବ, ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ସବୁ ଦିନ ବିଧାନସଭାକୁ ବିଶୋଧନ କରାଯିବ । ମାତ୍ର ବିଧାନସଭା କେତେ ସମୟ ଚାଲିବ ସେନେଇ ୨୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ।

Umasankar Adv
Leave A Reply

Your email address will not be published.