ଲକ୍ଷଣ ବଦଳାଉଛି କରୋନା

ଭୁୁବନେଶ୍ୱର, ନଭେମ୍ବର ୨୫ : ଏବେ ପୂରା ଦେଶରେ ଆତଙ୍କ ସୃଷ୍ଟି କରିଛି କରୋନା । ଏହାରି ଭିତରେ ପୁଣି ଥରେ କରୋନାକୁ ନେଇ ଚିନ୍ତା ବଢିଲାଣି । କାହିଁକି ନା ଏବେ ଲକ୍ଷଣ ବଦଳାଉଛି କରୋନା । ରାଜ୍ୟରେ କରୋନା ସ୍ଥିତି ଉପରେ ପୂରା ନଜର ରହଛି । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବି ଗୁରୁତ୍ୱ ଦିଆଯାଉଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ଯଦି ସାମାନ୍ୟ ଥଣ୍ଡା କିମ୍ବା ଜ୍ୱର ହେଉଛି ତେବେ କରୋନା ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ୩୦ ଜଣ ସୁରକ୍ଷିତ ହୋଇପାରିବେ ବୋଲି ସେ କହିଛନ୍ତି । ସେହିପରି ସୁନ୍ଦରଗଡ ଓ ବୁର୍ଲାର ଭୀମସାରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସଂକ୍ରମଣକୁ ନେଇ କୌଣସି ପ୍ରକାରର ଚିନ୍ତା କରିବାର ନାହିଁ । ଯେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି । 

gpkandhamal

ବାହାର ପିଲା ଭିତରକୁ ପ୍ରବେଶ କରିପାରିବେ ନାହିଁ, କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ଏନେଇ ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଠାରେ ସିଭିୟରିଟି କମ୍ ରହିଛି । ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ସେପଟେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଲୋକ କରୋନ ।ନିୟମକୁ ବହୁଳ ଭାବେ ଉଲ୍ଲଂଘନ କରୁଛନ୍ତି । ନା ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତା ରଖୁଛନ୍ତି । ଯାହା ଆଗାମୀ ଦିନରେ ବଡ ବିପଦକୁ ଡାକି ଆଣିପାରେ । ସଚେତନ ହେବା ସହ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

Umasankar Adv
Leave A Reply

Your email address will not be published.