ଆଜି ବାଲେଶ୍ୱରବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର ,ନଭେମ୍ବର 26 : ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସ୍ମାର୍ଟ କାର୍ଡ଼ ଦ୍ୱାରା ବାଲେଶ୍ୱର ଜିଲ୍ଲାର ମୋଟ୍ ୧୯ଲକ୍ଷ ୩୧ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ୨୧ହଜାରରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ପରେ ଅବଶିଷ୍ଟ କାର୍ଡ ବଣ୍ଟନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ପାଇଁ ୩୬୬ କୋଟି ଟଙ୍କା ବ୍ୟୟରେ ୭୭ଟି ପ୍ରକଳ୍ପର ଉଦଘାଟନ କରିବେ ।

gpkandhamal

ଏଥିସହ ୧୧୮୬ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

Umasankar Adv
Leave A Reply

Your email address will not be published.