ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ କୋଟି ଟପିଲା

ନୂଆଦିଲ୍ଲୀ, ନଭେମ୍ବର ୨୬ : କରୋନା ଭାଇରସ ମହାମାରୀ ଭାରତ ସମେତ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ପାଖାପାଖି ୨ ବର୍ଷ ହେବ ବିଶ୍ବର ଜନତା ଏହି ସଂକ୍ରମଣରେ ଛଟପଟ ହେଉଛନ୍ତି। ଏହି ମହାମାରୀ ଯୋଗୁଁ ୫୧.୯୮ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୬ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୫ ଲକ୍ଷ ୪୫ ହଜାର ୨୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୪୦୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।   

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୬ କୋଟି ୨ ଲକ୍ଷ ୪୨ ହଜାର ୫୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୯୮ ହଜାର ୪୧୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୫୧ ଲକ୍ଷ ୯୬ ହଜାର ୫୫୧ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୯୮ ଲକ୍ଷ ୪୭ ହଜାର ୬୩୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୨ ହଜାର ୬୪୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Umasankar Adv
Leave A Reply

Your email address will not be published.