ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୫୨.୫ ଲକ୍ଷ ମୃତ

ନୂଆଦିଲ୍ଲୀ, ନଭେମ୍ବର ୨୭ : କରୋନା ଭାଇରସ ମହାମାରୀରେ ଭାରତ ସମେତ ସମଗ୍ର ବିଶ୍ବରେ ୨୬.୮ କୋଟି ଲୋକ ସଂକ୍ରମିତ ହୋଇଛନ୍ତି। ୫୨.୫ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୫ ଲକ୍ଷ ୬୧ ହଜାର ୭୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୨୮୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୬ କୋଟି ୮ ଲକ୍ଷ ୫୧ ହଜାର ୩୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୨ ଲକ୍ଷ ୫ ହଜାର ୮୩୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୫୬ ଲକ୍ଷ ୫୪ ହଜାର ୧୨୫ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୯୯ ଲକ୍ଷ ୯୧ ହଜାର ୩୫୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୩ ହଜାର ୧୪୦ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

Umasankar Adv

ବ୍ରାଜିଲ: ୨ କୋଟି ୨୦ ଲକ୍ଷ ୬୭ ହଜାର ୬୩୦ ସଂକ୍ରମିତ, ୬ ଲକ୍ଷ ୧୪ ହଜାର ୫୯୩ ମୃତ

ବ୍ରିଟେନ: ୧ କୋଟି ୭୦ ହଜାର ୮୪୧ ସଂକ୍ରମିତ, ୧ ଲକ୍ଷ ୪୪ ହଜାର ୫୯୩ ମୃତ

ରୁଷିଆ: ୯୫ ଲକ୍ଷ ୨ ହଜାର ୮୭୯ ସଂକ୍ରମିତ, ୨ ଲକ୍ଷ ୭୦ ହଜାର ୨୯୨ ମୃତ

gpkandhamal

ତୁର୍କୀ: ୮୭ ଲକ୍ଷ ୬୪୧ ସଂକ୍ରମିତ, ୭୬ ହଜାର ୪୧ ମୃତ

ଫ୍ରାନ୍ସ: ୭୫ ଲକ୍ଷ ୫୧ ହଜାର ୧୮୨ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୮୩୭ ମୃତ

ଇରାନ: ୬୧ ଲକ୍ଷ ୨ ହଜାର ୫୬ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୪୬୨ ମୃତ

ଜର୍ମାନୀ: ୫୬ ଲକ୍ଷ ୯୫ ହଜାର ୨୦୬ ସଂକ୍ରମିତ, ୧ ଲକ୍ଷ ୧ ହଜାର ୧୭୦ ମୃତ

ଆର୍ଜେଣ୍ଟିନା: ୫୩ ଲକ୍ଷ ୩୧ ହଜାର ୧୨ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୫୦୫ ମୃତ

ସ୍ପେନ: ୫୧ ଲକ୍ଷ ୨୧ ହଜାର ୧୦୦ ସଂକ୍ରମିତ, ୮୭ ହଜାର ୯୩୧ ମୃତ

Leave A Reply

Your email address will not be published.